ଭୁବନେଶ୍ୱର, ୨୮/୦୫ : ଆଜି ମୁସଲିମ ସଂପ୍ରଦାୟ ପାଳନ କରୁଛନ୍ତି ତ୍ୟାଗର ପର୍ବ ‘ଉଦ୍-ଉଜ୍-ଜୁହା’।ଏଥିପାଇଁ କଟକ ଜିଲ୍ଲା, ପୁଲିସ ପ୍ରଶାସନ ଠାରୁ ଭାଇଚାରାର ସହର କଟକବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।୭ଟାରେ ଦରଘାବଜାର ଛୋଟି ମସଜିଦ୍ରେ ପ୍ରଥମ ସମୂହ ନମାଜ ପାଠ ହୋଇଛି। ସେହିପରି କମଦ୍ରସୁଲ ମସଜିଦ୍ରେ ସକାଳ ୮ଟାରେ ଓ ସକାଳ ୯ଟାରେ ଦୁଇଥର ସମୂହ ନମାଜ ପାଠ ଓ ପ୍ରାର୍ଥନା କରାଯିବ। ଏଥିପାଇଁ କଟକ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହର ର ଗଳିକନ୍ଦିରେ ପୋଲିସ ମୁତୟନ କରାଯାଇଛି।