କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ଚୁଡାନ୍ତ, ଆଜି ଇସ୍ତଫା ଦେବେ ସିଦ୍ଧରମେୟା

ନୂଆଦିଲ୍ଲୀ, ୨୮/୦୫ : କର୍ଣ୍ଣାଟକ ରାଜନୀତିରେ ବଡ଼ ହଟଚମଟ । ଏକ ବଡ଼ ଧରଣର ସାଙ୍ଗଠନିକ ଓ ନେତୃତ୍ୱ ପରିବର୍ତ୍ତନ ହେବାକୁ ଯାଉଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସିଦ୍ଦରମେୟା । ସକାଳେ ନିଜ ବାସଭବନରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ‘ବ୍ରେକଫାଷ୍ଟ ମିଟିଂ’ ଡକାଇଛନ୍ତି । ବ୍ରେକ ଫାଷ୍ଟ ପରେ ସେ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି । ସିଦ୍ଦରମୈୟାଙ୍କୁ ଟପ୍ ପୋଷ୍ଟରୁ ହଟାଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ସିଏମ କରିବାକୁ ଯୋଜନା ହୋଇଛି ।