ଗଣଶିକ୍ଷାମନ୍ତ୍ରୀଙ୍କ ବଡ଼ ସୂଚନା, ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର, ୦୩/୦୬ : ଖରାଛୁଟି ସରିବା ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି । ନବେ ପ୍ରତିଶତ ବହି ଛପା ସରିଲାଣି ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ପିଲାଙ୍କ ପାଖରେ ବହି ପହଞ୍ଚିବ ବୋଲି କୁହାଯାଉଛି । ବାକି ଦଶ ପ୍ରତିଶତ ବହି ଖରାଛୁଟି ସରିବା ପୂର୍ବରୁ ପହଞ୍ଚିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବହି ଛାପିବାରେ ସମସ୍ୟା ପାଇଁ ବଣ୍ଟନ କାର୍ଯ୍ୟରେ ବିଳମ୍ବ ହୋଇଛି ।