ବରୁଇପୁର ନାବାଳିକା ଦୁଷ୍କର୍ମ-ହତ୍ୟା ଘଟଣା, ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର

ନୂଆଦିଲ୍ଲୀ, ୦୮/୦୭ : ପଶ୍ଚିମବଙ୍ଗରେ ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର । ଅଭିଯୁକ୍ତ ଜଣକ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା । ଘଟଣାକୁ ନେଇ ସାରା ରାଜ୍ୟରେ ଦେଖାଦେଇଥିଲା ଆକ୍ରୋଶ । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହା ପରେ ପୋଲିସ ଏନକାଉଣ୍ଟର କରିଛି । ଦୋଷୀକୁ ଏଭଳି ଦଣ୍ଡ ଦିଆଯିବା ଉଚିତ୍ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ବରୁଇପୁର ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ମୃତ୍ୟୁ ପୋଲିସ ଏନକାଉଣ୍ଟରରେ ହୋଇଛି । କ୍ରାଇମ ସିନ ରିକ୍ରିଏସନ କରିବା ସମୟରେ ପୋଲିସ ହାତରୁ ବନ୍ଧୁକ ଛଡାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା । ଫଳରେ ଅଭିଯୁକ୍ତ ପ୍ରଭାସର ମୃତ୍ୟୁ ହୋଇଛି ।

ପୋଲିସ ମୁତାବକ, ଜୁଲାଇ ୮ ତାରିଖ ରାତି ୧୨.୪୫ରେ ବରୁଇପୁର ପୋଲିସ ଷ୍ଟେସନରେ ୧୩୫୦/୨୬ ଅଧିନରେ ଯାଞ୍ଚ ଅଧିକାରୀ ନିଜ ଟିମ ଏବଂ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ସହିତ ଯାଇଥିଲା । ପୋଲିସ ଅଭିଯୁକ୍ତକୁ କ୍ରାଇମ ସ୍ପଟକୁ ନେଇ ଯାଇଥିବା ବେଳେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ପୋଲିସ କର୍ମୀଙ୍କ ବନ୍ଧୁକ ଛଡାଇ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ଏହାର ଜବାବରେ ପୋଲିସ ଟିମ୍ ଏକ ରାଉଣ୍ଡ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ପଶ୍ଚିମବଙ୍ଗ ଦକ୍ଷିଣ ପ୍ରଗଣା ଜିଲ୍ଲା ବରୁଇପୁରରେ ୫ ଜୁଲାଇରେ ୧୨ ବର୍ଷୀୟ ନାବାଳିକର ମ୍ତଦେହ ଉଦ୍ଧାର କରାଯାଇଥିଲା । ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଶୁଭେନ୍ଦୁ ସରକାର ଏସଆଇଟି ଟିମ୍ ଗଠନ କରିଥିଲା ।