ଭୁବନେଶ୍ୱର, ୨୫/୧୧ : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ପଞ୍ଚମ ଦିନ । ପ୍ରଥମ ତିନି ଦିନର ହଟ୍ଟଗୋଳ ପରେ ଗୃହରେ ଫେରିଛି ସ୍ୱାଭାବିକତା । ଆଜିଠାରୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ର ଖର୍ଚ୍ଚ ଦାବି ଉପରେ ଆଲୋଚନା ଆରମ୍ଭ ହେବ । ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ।