ଉପେନ୍ଦ୍ରନାଥ ଶାରାଦା ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତା : କଲେଜ ଅଧ୍ୟକ୍ଷାଙ୍କ ମେରୀ ରାୟ ନୀତିରେ ଅତିଷ୍ଠ କର୍ମଚାରୀ

ଭୁବନେଶ୍ୱର, ୧୪/୦୭ : ଯାଜପୁର ଜିଲ୍ଲାର ସୁଲପୁର ବ୍ଲକ ଅନ୍ତର୍ଗତ ମୁଗପାଳ ଓ ଖଇରାବାଦ ଠାରେ ଅବସ୍ଥିତ ଉପେନ୍ଦ୍ର ନାଥ ଶାରଦା ମହାବିଦ୍ୟାଳୟରେ ଅନିୟମିତତା ଚରମ ସୀମା ଛୁଇଁଛି। କଲେଜ ଅଧ୍ୟକ୍ଷା ଶାରଦା କର ନିଜର ସ୍ଵାର୍ଥସାଧନ ଦିଗରେ ବ୍ୟସ୍ତର ହିକ ଲେଜର ଗାରିମା ଓ ଉନ୍ନତିକରଣ ଦିଗରେ ରହିଥିବା ଦାୟିତ୍ବବୋଧକୁ ଭୁଲିଯାଇଛନ୍ତି। ଏଠାରେ ପ୍ରତିଦିନ କଲେଜ ଆରମ୍ଭ ହୁଏ ଅନିୟମିତତା ପୂର୍ଣ୍ଣକାର୍ଯ୍ୟକଳାପରୁ। ଅଧିକାଂଶ କର୍ମଚାରୀ ବାୟୋମେଟ୍ରିକ୍ସକୁ ଠକିବାକୁ ଆରମ୍ଭ କରି ନିଜର କଲେଜ କାମ ଆରମ୍ଭ କରନ୍ତି। ଯେଉଁ କର୍ମଚାରୀମାନେ ଆସନ୍ତି ନାହିଁ କିମ୍ବା ବିଳମ୍ବରେ ଆସନ୍ତି ସେମାନଙ୍କ ପାଇଁ ନିଜଗୋଷ୍ଠୀର ଅନ୍ୟ ଜଣେ କର୍ମଚାରୀ ଆଙ୍ଗୁଠି ଛାପମାରନ୍ତି। ଜଣେ କର୍ମଚାରୀ ୪ଜଣଙ୍କ ପାଇଁ ଆଙ୍ଗୁଠି ଛାପମାରି ପାରିବାର ଚୋରି କୌଶଳ ଏଠାରେ ପ୍ରୟୋଗ କରାଯାଏ। ଗୋଟିଏ ଗୋଟିଏଆଙ୍ଗୁଠି ଜଣେ ଜଣେ ଅନ୍ୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ଏଥିରେ ରଖାଯାଇଛି। ଏହା ଏକ ଦଣ୍ଡନୀୟ ଅପରାଧ ଯାହାକି ତଦନ୍ତ ଯୋଗ୍ୟ। ସ୍ଥାନୀୟ ଅଧ୍ୟାପକ ରଥ ସାର ଓ ଜଣେ ବରିଷ୍ଠ କିରାଣୀ ବାମହାତ ଓ ଡାହାଣ ହାତ ଭଳି ଶାରଦା ମ୍ୟାଡମଙ୍କୁ କଳାକାରନାମାରେ ସହଯୋଗ କରି ଆସୁଛନ୍ତି | ଏଥିସହ ୨/୪ଜଣ କର୍ମଚାରୀ ମଧ୍ୟ ସାମିଲ ହୋଇଯାଆନ୍ତି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟ କରି ବେଶଦିପଇସାହାତେଇବା ପାଇଁ।
କଲେଜ ରେଟି.ଏଦୁର୍ନୀତିନିୟମିତ ଦୁର୍ନୀତି ଅଟେ । ମିଥ୍ୟାରେ କର୍ମଚାରୀଙ୍କ ନାମରେଟି.ଏବିଲ କରାଯାଇଥାଏ । ଇ.ପି.ଏଫ କାର୍ଯ୍ୟ ପାଇଁ କର୍ମଚାରୀଙ୍କ ଠାରୁ ପଇସା ଆଦାୟ ହୋଇଥିଲେ ମଧ୍ୟ କର୍ମଚାରୀମାନଙ୍କ ଉକ୍ତ କାର୍ଯ୍ୟକୁ ଜାଣିଶୁଣି ଅବହେଳା କରାଯାଉଛି । ଏଚଆରଏମଏସବିଲ , ଏରି ଅରବିଲ୍ସବୁ ପ୍ରକାର ବିଲରେ ବେଆଇନ ଭାବେ କର୍ମଚାରୀଙ୍କ ଠାରୁ ପଇସା ଆଦାୟ କରାଯାଇ ନିୟମିତ ଶୋଷଣ ରାଜ ଚାଲିଛି । ଇପିଏଫ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ କର୍ମଚାରୀମାନଙ୍କ ସପକ୍ଷରେ ଆସିଥିବା କୋର୍ଟ ଅର୍ଡର କିମ୍ବା ସରକାରୀ ନିର୍ଦ୍ଦେଶକୁ ଅବମାନନା କରି କାର୍ଯ୍ୟକୁ ଜାଣିଶୁଣି ବିଳମ୍ବ କରାଯାଉଛି । ସମୟ ଅନୁସାରେ ଏହି କାର୍ଯ୍ୟଗୁଡିକୁ କରାଯାଉନଥିବାରୁ ଏହା କର୍ମଚାରୀମାନଙ୍କ ଭବିବଷ୍ୟତକୁ ବିପଦପୂର୍ଣ୍ଣ କରିଛି । କଲେଜରେ କମ୍ପ୍ୟୁଟର ପ୍ରିଂଟର ଏବଂ ପ୍ରଶିକ୍ଷିତ କ୍ଲରିକାଲଷ୍ଟାଫ୍ ( କଲେଜ ଅନଲାଇନ କାମ ପାଇଁ ପ୍ରଶିକ୍ଷଣରୁ ଫେରିଥିବା ) ଥାଉଥାଉ ପଇସା ଖାଇବା ଉଦ୍ଦେଶ୍ୟରେ ବାହାରେ କାମ କରାଯାଇଥାଏ । ବାହାରେ କାର୍ଯ୍ୟ କରିବା ନାମରେ ଓ ଛୋଟଛୋଟ ଗାଜେଟ କିମ୍ବା ପ୍ରିଂଟର ଇତ୍ୟାଦି ମିଥ୍ୟାରେ ସଜାଡିବା ନାମରେ ବିଲ କରି କଲେଜପାଣ୍ଠିକୁ ଆତ୍ମସାତ କରାଯାଉଛି । ବିଭିନ୍ନ ଜିନିଷ କିଣିବାରେ ବହୁ ଦୁର୍ନୀତି କରାଯାଇଥିବା ଜଣାଯାଇଛି। ଏଥି ସହ କମ୍ପ୍ୟୁଟର ଓ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଂଶର ଆନୁଆଲମେଂଟେ ନାନ ସନାମରେ ମଧ୍ୟ ଦୁର୍ନୀତି କରାଯାଉଛି। କଲେଜରେ ବହୁ ବୈଦ୍ୟୁତିକ ଜିନିଷ ରହିଥିଲେ ମଧ୍ୟ କମିଶନ ଖାଇବା ପାଇଁ ଅଯଥାରେ ପୁନର୍ବାର ବହୁ ଜିନିଷ କିଣାଯାଉଛି। କିଛିଦିନ ତଳେ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଗାଜେଟ କିଣିବା ପାଇଁ ଟେଣ୍ଡର କରାଯାଇ ଏଥିରେ ଖୁବ ଅନିୟମିତତା କରାଯାଇଛି।

ନିଜ ଇଛାରେ ଜିନିଷ କିଣି ଆଣି କଲେଜରେ ଏକ ଗୁପ୍ତରୁମ ( ଟଏଲେଟ୍ ) ରେ ଏସବୁକୁ ଚାବି ପକାଇଯାଇ ରଖାଯାଇଛି। ଶୁଣାଯାଇଛି ଯେ କାଗଜପତ୍ର ଯୋଗାଡ ସରିଲେ ବେନିୟମ ଭାବେ କିଣାଯାଇଥିବା ଏ ଜିନିଷ ଗୁଡିକୁ ପ୍ରକାଶିତ କରାଯିବ। ଅଡିଟରେ ଧରା ପଡିବାର ଭୟ ରହିଥିବାରୁ ଅଡିଟସରିଲେ ଏସବୁକୁ କଲେଜରେ ସାର୍ବଜନୀନ କରାଯିବ। ଅଡିଟକୁ ଫେସ କରୁଥିବା ଦୁଇଜଣ କର୍ମଚାରୀ ସମ୍ପୁର୍ଣ୍ଣ ଅଡିଟକୁ ବାଟବଣା କରୁଛନ୍ତି। ଭୁଲ ତଥ୍ୟ ଦେଇ ଅଡିଟକୁ ଦିଗହରା କରି ଦେବାର ଧୃଷ୍ଟଟାଏମାନେ କରିଛନ୍ତି। ଅଡିଟରଙ୍କୁ ଲାଂଚଦେବା ପାଇଁ ଅସ୍ଥାୟୀ, ତଳିଆ ଓ ସ୍ଵଳ୍ପଦରମାରକର୍ମଚାରୀମାନଙ୍କଠାରୁବ୍ୟାପକଚାନ୍ଦାଆଦାୟକରାଯାଇଛି।

ଯିଏ ଚାନ୍ଦା ନଦେବ ତାର ଚାକିରୀ ଯିବ ଧମକ ଦିଆଯାଉଛି। ଏପରି କରି ଆଇନକାନୁନ ଓ ମାନବୀକ ଅଧିକାରର ଧଜିଆ ଉଡାଇ ଏହି ଗୋଷ୍ଠୀ ଆନନ୍ଦ ଲାଭ କରିଥାଆନ୍ତି। ସ୍ୱଳ୍ପଦରମାରେ ଚାକିରି କରୁଥିବା କର୍ମଚାରୀଙ୍କୁ ବିଭିନ୍ନ ଆଳରେ ଭୟଭୀତ କରାଯାଉଛି। ବାୟୋମ୍ୟାଟ୍ରିକ୍ସ ରହିଥିବା ବେଳେ ନିଜଇଛାରେ ଅଧ୍ୟକ୍ଷା ମହାଶୟା ଦିନକୁ ଥରେ ଦୁଇଥର ପୁନର୍ବାର କର୍ମଚାରୀଙ୍କ ଉପସ୍ଥାନ ଖାତା ବୁଲାଇ ଭୟର ବାତାବରଣ ଖେଳାଇ ଥାଆନ୍ତି।

ନିଜ ଗୋଷ୍ଠୀର ଲୋକମାନେ ଅଛନ୍ତି କି ନାହିଁ ପ୍ରଥମେ ଦେଖିଲା ପରେ ଏପରି ଅଭିଯାନ କରାଯାଏ। କଲେଜ ଗେଟ ନିକଟସ୍ଥ ଚାପାନ ଦୋକାନକୁ ଯାଇଥିବା ତଳିଆ କର୍ମଚାରୀଟିଏକୁ ବିଶେଷ ଭାବେ ଟାର୍ଗେଟ କରାଯାଏ ଅତିକଦର୍ଯ୍ୟଭାବେ ଟାର୍ଗେଟରେ ରହିଥିବା ଷ୍ଟାଫଠାରୁ ଫାଇନ ଆଦାୟ କରି ଏହି ଗୋଷ୍ଠୀର ଲୋକମାନେ କାର୍ଯ୍ୟାଳୟ ପରିସର ଏକ କୋଠରୀରେ ମାଛମାଂସର ଆସର କରିଥାଆନ୍ତି। ନିର୍ଦ୍ଦିଷ୍ଟଭାବେ କାର୍ଯ୍ୟାଳୟ ଏହି କୋଠରୀକୁ ସି.ସି. କ୍ୟାମେରା ଲଗାଯାଇ ନାହିଁକେବଳ ଏଠାରେ ଅସାଧୁ କାର୍ଯ୍ୟ କରାଯିବା ନିମନ୍ତେ।

ଏହି ଟିମର କଳାକାରନାମା ପଦାରେ ପଡିଯିବା ଭୟରେ କିଛିଦିନ ତଳେ କେତେକ ଗଣମାଧ୍ୟମର ଗୋଷ୍ଠୀଙ୍କୁ ମୋଟା ଅଙ୍କରେ ପଇସା ଗଣିବାକୁ ପଡିଛି। ପ୍ରିଟିଂ ମେଡିଆର ୨/୪ଜଣ ପ୍ରତିନିଧିଙ୍କ ଭିଡିଓରେ ଗର୍ଭନିରୋଧକ ସାମଗ୍ରୀ ଓ ଅନ୍ୟ କେତେକ ଆପତିଜନକ ଜିନିଷ କଲେଜରୁ ମିଳିବା ସମ୍ପର୍କରେ ରେକର୍ଡ ହୋଇଥିଲା। ଯାହାକି ପ୍ରଘଟହେଲେ ଅନେକଙ୍କ ଖୋଲିଯିବାର ଭୟଥିଲା। ତେଣୁ ମୋଟାଅଙ୍କର କିଛି ଆର୍ଥିକ ତଣ୍ଡଦେଇ ଘଟଣାକୁ ଚପେଇ ଦିଆଗଲା। ଏପରିକି ଏହି ଗୋଷ୍ଠୀର ଜଣେ ଦିଜଣ କାମୁକ କର୍ମଚାରୀଙ୍କ ଦ୍ଵାରା ମହିଳା ଶୌଚାଳୟରେ ଗୁପ୍ତ କ୍ୟାମେରା ସଂଯୋଗ କରାଯାଇଥିବାର ଘଟଣା ଜଣାପଡିଥିଲା। ଅଧ୍ୟକ୍ଷାଙ୍କ ପକ୍ଷରୁ ଅନେକ ଅନିୟମିତାର ହେଉଥିବାର ଅଭିଯୋଗ ରହିଛି। ତେଣୁ କଲେଜ ରହି ତ ସାଧନ ନିମନ୍ତେ ଶାରଦା କରଙ୍କୁ ପ୍ରଥମେ ଅଧ୍ୟକ୍ଷା ପଦରୁ ହଟାଯିବାକୁ ସାଧାରଣରେ ଦାବୀ ହେଉଛି। ଏ ଦିଗରେ ରାଜ୍ୟ ସରକାର ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି।