ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ, ୨୯/୦୭ : ଆର୍ଥିକ ହେରଫେର ମାମଲାରେ ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କ ଆଶ୍ୱସ୍ତି ମିଳିଛି । ଭାସ୍କର ରାଓଙ୍କ ଅଗ୍ରୀମ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଗିରଫ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଥାନା କେସ୍ ନମ୍ବର ୨୫୫/୨୦୨୬ ଆଧାରିତ ଜି.ଆର୍. କେସ୍ ନମ୍ବର ୫୫୧/୨୦୨୬ରେ ବି. ମନ୍ମଥ ରାଓ ଓ ଅନ୍ୟମାନେ ହାଇକୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ । ବିଚାରପତି ଭି. ନରସିଂହ ମାମଲାର ଶୁଣାଣି କରି ଅଭିଯୋଗକାରୀଙ୍କୁ ବିପକ୍ଷ ପକ୍ଷ ଭାବେ ସାମିଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଓକିଲଙ୍କୁ ମାମଲାର ପରବର୍ତ୍ତୀ ଶୁଣାଣିରେ କେସ୍ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ଅଗଷ୍ଟରେ ହେବ। ସେପର୍ଯ୍ୟନ୍ତ ଆବେଦନକାରୀମାନଙ୍କୁ ଏହି ମାମଲାରେ ଗିରଫ ନ କରିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆବେଦନକାରୀଙ୍କୁ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏନ୍ ଭାସ୍କର ରାଓଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ।

SBI AD