ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ : ୪ ଜଣଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର, ୦୩/୦୮ : ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ୪ ଜଣଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ଓଡିଶା ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଆଯାଇ ପାରିବ ନାହିଁ କାର୍ଯ୍ୟାନୁଷ୍ଠାନ । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ପ୍ରକାଶିତ ହୋଇଛି ଏହି ପୁସ୍ତକ । ଘରୋଇ ପ୍ରକାଶନୀ ସଂସ୍ଥାର ସଦସ୍ୟଙ୍କୁ ଅନ୍ତରୀଣ ସୁରକ୍ଷା । ଦିଲ୍ଲୀପ କୁମାର ସାହୁ ଓ କିଶୋର କୁମାର କରଙ୍କୁ ସୁରକ୍ଷା । ଅନୁପମ ଘୋଷ ଓ ଆଶିଷ କୁମାର ଘୋଷଙ୍କୁ ମଧ୍ୟ ମିଳିଛି ଏହି ଅନ୍ତରୀଣ ସୁରକ୍ଷା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ଅନ୍ତରୀଣ ସୁରକ୍ଷା । ଅପ ଟୁ ଡେଟ୍ କେସ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ । ସେହି ଶୁଣାଣିରେ ହାଇକୋର୍ଟ କ’ଣ ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଅଭିଯୁକ୍ତମାନଙ୍କୁ ମିଳିଥିବା ଏହି ସାମୟିକ ଆଶ୍ୱସ୍ତି ଆଇନଗତ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏବେ ଆସନ୍ତା ସପ୍ତାହର ଶୁଣାଣି ଉପରେ ରହିଛି ସମସ୍ତଙ୍କ ନଜର ।

SBI AD