ନୂଆଦିଲ୍ଲୀ, ୦୩/୦୮ : ‘ନିର୍ଭୟା’ କାଣ୍ଡର ସ୍ମୃତିକୁ ପୁଣି ଥରେ ତାଜା କରିଦେଇଛି ଆସାମରୁ ଆସିଥିବା ଏକ ଅତ୍ୟନ୍ତ ନୃଶଂସ ଘଟଣା। ଆସାମର ହୈଲାକାନ୍ଦି ଜିଲ୍ଲାରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅତି ବର୍ବର ଭାବେ ଗଣଦୁଷ୍କର୍ମ କରାଯିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ କେବଳ ଦୁଷ୍କର୍ମ କରି ଥିଲେ, ବରଂ ଅପରାଧର ପ୍ରମାଣ ଲୁଚାଇବା ପାଇଁ ପୀଡ଼ିତାଙ୍କ ମୁହଁକୁ ପଥରରେ ଛେଚି ବିକୃତ କରିଦେଇଥିଲେ। ଏପରିକି ତାଙ୍କ ଶରୀରର ପ୍ରାଇଭେଟ୍ ପାର୍ଟରେ ଲୁହା ରଡ୍ ପୂରାଇ ଦେଇଥିବା ପରି ଏକ ଅମାନୁଷିକ କାଣ୍ଡ ଘଟାଇଛନ୍ତି, ଯାହା ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କର ରକ୍ତ ଗରମ ହୋଇଯିବ ।
ଏହି ଅଭଳି ହତ୍ୟାକାଣ୍ଡ ଏବଂ ପାଶବିକତା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୋଲିସ ପ୍ରଶାସନ ଏବଂ ଦୁର୍ବୃତ୍ତଙ୍କ ପ୍ରତି ଅସନ୍ତୋଷ ଦେଖାଦେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ମାମଲାର ଅନୁସନ୍ଧାନ ଜୋରଦାର କରିଛି। ବର୍ତ୍ତମାନ ପୋଲିସ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି। ଦେଶରେ ନାରୀ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ସାଧାରଣରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି ଜୋର ଧରିଛି। ପରିବାର ଲୋକଙ୍କ ଅଭିଯୋଗ ଯେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି । ହେଲେ ଆମେ କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ପୋଷ୍ଟମର୍ଟମ ରିପୋଟଚୁ ଅପେକ୍ଷା କରିଛୁ । ମାମଲାର ପ୍ରତିଟି ଦିଗରୁ ତଦନ୍ତ କରାଯାଉଛି । ବର୍ତ୍ତମାନ ୫ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ଜେରା କରୁଛି । ପୋଲିସ ଘଟଣାସ୍ଥଳରୁ ଫରେନ୍ସିକ ପ୍ରମାଣ ଯୋଗାଡ କରି ସାରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ ଜାରି ରହିଛି ।
