ବାବା ଲିଙ୍ଗରାଜଙ୍କ ଦର୍ଶନ ଓ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର, ୧୦/୦୮ : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବାବା ଲିଙ୍ଗରାଜଙ୍କ ଦର୍ଶନ ଓ ଜଳଲାଗି ପାଇଁ ଭୋରୁ ଭୋରୁ ମନ୍ଦିର ମୁହାଁ ହୋଇଛନ୍ତି ହଜାର ହଜାର କାଉଡ଼ିଆ । କେହି ଦୂରଦୂରାନ୍ତରୁ ପାଦରେ ଚାଲି ଆସିଛନ୍ତି, ତ ଆଉ କେହି କାନ୍ଧରେ ବାହୁଙ୍ଗି ଧରି ଶିବ ନାମ ଜପି ଜପି ଆଗକୁ ବଢ଼ୁଛନ୍ତି । କାନ୍ଧରେ ପାଣିଭାର… ଖାଲି ପାଦରେ ଲମ୍ବା ରାସ୍ତା… ଆଉ ତୁଣ୍ଡରେ ଅବିରତ ଶିବ ନାମ । ପଥରେ ଯେତେ କଷ୍ଟ ଆସୁଛି, ତାକୁ ଭୁଲି ଭକ୍ତିରେ ଆଗେଇ ଚାଲିଛନ୍ତି କାଉଡ଼ିଆ । କାରଣ ମନରେ ରହିଛି ଗୋଟିଏ ମାତ୍ର ସଂକଳ୍ପ—ବାବାଙ୍କ ମସ୍ତକରେ ପବିତ୍ର ଜଳ ଢାଳିବେ ଏବଂ ମହାଦେବଙ୍କ ଆଶୀର୍ବାଦ ନେବେ । କାଉଡ଼ିଆଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଲିଙ୍ଗରାଜ ମନ୍ଦିର ପରିବେଶ ।