ନୂଆଦିଲ୍ଲୀ, ୧୧/୦୮ : ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ । ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଦୁଇଟି ଧମକପୂର୍ଣ୍ଣ ଚିଠି ମିଳିବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାୟ ୬ ମାସ ଧରି ଧମକ ଆସୁଥିବା ଅଭିଯୋଗ ହୋଇଥିବା ବେଳେ ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି କୋଲକାତାର ଠାକୁରପୁକୁର ପୁଲିସ । ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ତଥା କ୍ରିକେଟ ଜଗତର ଚର୍ଚ୍ଚିତ ଚେହେରା ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ । ଏହି ଧମକ ଏବେ ତାଙ୍କ ପରିବାରର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି । ସୂଚନା ଅନୁସାରେ, ସୌରଭ ଗାଙ୍ଗୁଲି ଓ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ନେଇ ଦୁଇଟି ଧମକପୂର୍ଣ୍ଣ ଚିଠି ଆସିଛି । ଚିଠିରେ ଉଭୟଙ୍କୁ ହତ୍ୟା କରିବା ନେଇ ଧମକ ଦିଆଯାଇଥିବା ଅଭିଯୋଗ ରହିଛି । ଏହା କୌଣସି ଗୋଟିଏ ଦିନର ଧମକ ନୁହେଁ । ପ୍ରାୟ ୬ ମାସ ଧରି ଏଭଳି ଧମକ ଆସୁଥିବା ଅଭିଯୋଗ ହୋଇଛି । ଧମକପୂର୍ଣ୍ଣ ଚିଠି ମିଳିବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇଛି ପୁଲିସ । ଏନେଇ ଠାକୁରପୁକୁର ଥାନାରେ ଏତଲା ଦିଆଯାଇଛି । ଏତଲା ପରେ ଠାକୁରପୁକୁର ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଧମକପୂର୍ଣ୍ଣ ଚିଠି କିଏ ପଠାଇଛି, କେଉଁଠାରୁ ଆସିଛି ଏବଂ ଏହା ପଛରେ କାହାର ହାତ ରହିଛି—ସେନେଇ ତଦନ୍ତ ଚାଲିଛି । ଚିଠିର ଉତ୍ସ ଓ ଏହା ସହ ଜଡ଼ିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ଖୋଳତାଡ଼ କରୁଛି । କ୍ରିକେଟ ମଇଦାନରେ ଅନେକ ଯୁଦ୍ଧ ଜିତିଥିବା ସୌରଭ ଗାଙ୍ଗୁଲି ଏବେ ହତ୍ୟା ଧମକକୁ ନେଇ ଚର୍ଚ୍ଚାରେ । ୬ ମାସ ଧରି ଧମକ ଆସିବା ଏବଂ ଦୁଇଟି ଚିଠିରେ ହତ୍ୟା ଧମକ ମିଳିବା ଘଟଣାକୁ ଗୁରୁତର ଭାବେ ନେଇଛି ପୁଲିସ । ଏବେ ପ୍ରଶ୍ନ—କିଏ ଦେଉଛି ଏହି ଧମକ? କାହିଁକି ସୌରଭ ଓ ଡୋନାଙ୍କୁ ଟାର୍ଗେଟ୍ କରାଯାଉଛି? ତଦନ୍ତ ପରେ ଏହାର ଉତ୍ତର ସାମ୍ନାକୁ ଆସିବ ।