ତିଖିରୀ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଆଜି ଭୋଟିଂc

ଭୁବନେଶ୍ୱର, ୧୩/୦୮ : ତିଖିରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ପଞ୍ଚାୟତର ମୋଟ ୨୨ ଜଣ ସଭ୍ୟସଭ୍ୟାଙ୍କ ମଧ୍ୟରୁ ୨୧ ଜଣ ୱାର୍ଡ ସଭ୍ୟସଭ୍ୟା ସମର୍ଥନ କରିଥିବା ସୂଚନା ମିଳିଛି । ଏବେ ସମସ୍ତଙ୍କ ନଜର ଆଜିର ଭୋଟିଂ ଉପରେ । ଅନାସ୍ଥା ପ୍ରସ୍ତାବ ସପକ୍ଷରେ କେତେଜଣ ସଭ୍ୟ ଭୋଟ ଦେଉଛନ୍ତି ଏବଂ ସରପଞ୍ଚ ଚାମେଲି ଓଝା ନିଜ ପଦ ବଜାୟ ରଖିପାରୁଛନ୍ତି କି ନାହିଁ—ତାହା ଉପରେ ଏବେ ସମସ୍ତଙ୍କ ନଜର ।