ଆଜି ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ ବିନୟତୋଷ ମିଶ୍ର

ଭୁବନେଶ୍ୱର, ୧୬/୦୮ : ଓଡିଶା ପୋଲିସର ନୂଆ ଡିଜିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ବିନୟତୋଷ ମିଶ୍ର । କ୍ରାଇମବ୍ରାଞ୍ଚ ଡିଜି ସେ ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ ଦାୟିତ୍ବ ଓଡିଶା ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆଜି ବର୍ତ୍ତମାନର ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ୟ୍ୟକାଳ ଶେଷ ହେଉଥିବା ବେଳେ ଏହାପରେ ବିନୟତୋଷ ମିଶ୍ର ଡିଜିପି ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ୱ ତୁଲାଉଥିବା ଏବେ ବିନୟତୋଷ ମିଶ୍ର ରାଜ୍ୟ ପୁଲିସ ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ଓଡ଼ିଶା ପୁଲିସ ଡିଜି ମନୋନୟନକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ସର୍ବୋଚ୍ଚ ଅଦାଲତରେ ଏନେଇ ଦାୟର ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ୟ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ଏହି ମନୋନୟନ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଥିଲେ । ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ନୂତନ ଡିଜିପି ମନୋନୟନ ନ କରିବାକୁ ୟୁପିଏସସିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।