ଭୁବନେଶ୍ୱର, ୧୬/୦୮ : ଖୁବଶୀଘ୍ର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା । ଭୁବନେଶ୍ୱର ଗସ୍ତ ସମୟରେ ସେ ଏମ୍ସ ଭୁବନେଶ୍ୱରରେ ଗୋଟିଏ ଦିନ ବିତାଇବେ । ସେଠାରେ ଏମ୍ସରେ ଚାଲିଥିବା ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଏବଂ ରୋଗୀଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସମୀକ୍ଷା କରିବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି । ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ, ସେ ଏମ୍ସରେ ରୋଗୀଙ୍କ ପାଇଁ ଉପଲବ୍ଧ ଚିକିତ୍ସା ସୁବିଧା ଏବଂ ହସ୍ପିଟାଲର ସାମଗ୍ରିକ କାର୍ଯ୍ୟପ୍ରଣାଳୀ ନେଇ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ।