ନୂଆଦିଲ୍ଲୀ, ୨୧ /୦୮ : ଦିଲ୍ଲୀରେ ବଢ଼ୁଛି H1N1 ଭୟ । ରାଜଧାନୀ ଦିଲ୍ଲୀ ସମେତ ଦିଲ୍ଲୀ-NCRରେ ପୁଣି ଚିନ୍ତା ବଢ଼ାଇଛି ସ୍ୱାଇନ୍ ଫ୍ଲୁ । ପାଣିପାଗରେ ପରିବର୍ତ୍ତନ ଏବଂ ଅଧିକ ଆର୍ଦ୍ରତା ମଧ୍ୟରେ H1N1 ସହ ଅନ୍ୟ ଶ୍ୱାସଜନିତ ସଂକ୍ରମଣ ମାମଲା ବଢ଼ୁଥିବା ନଜରକୁ ଆସିଛି । ଚିନ୍ତାର ବିଷୟ ହେଉଛି, କେବଳ ସାଧାରଣ ଲୋକ ନୁହନ୍ତି, କିଛି ଡାକ୍ତର ଏବଂ ଦିଲ୍ଲୀର ଜଣେ ସରକାରୀ ହସ୍ପିଟାଲ୍ର ମୁଖ୍ୟ ମଧ୍ୟ H1N1 ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ହସ୍ପିଟାଲ୍ଗୁଡ଼ିକରେ ଜ୍ୱର, କାଶ, ଗଳା ଦରଜ ଏବଂ ଶରୀର ଦରଜ ଭଳି ଲକ୍ଷଣ ନେଇ ରୋଗୀ ଆସୁଛନ୍ତି ।