ଭୁବନେଶ୍ୱରରେ ନକଲି ଛେନା ଉପରେ ଚଢ଼ାଉ , କୁଇଣ୍ଟାଲରୁ ଅଧିକ ଜବତ

ଭୁବନେଶ୍ୱର, ୨୧/୦୮ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ନିକଟରେ ଏକ ଓମଫେଡ୍ ବୁଥ୍‌ରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ କୁଇଣ୍ଟାଲରୁ ଅଧିକ ନକଲି ଛେନା ଜବତ କରାଯାଇଛି । କେମିକାଲ୍ ଟେଷ୍ଟରେ ନକଲି ପ୍ରମାଣିତ ହେବା ପରେ ସମସ୍ତ ଛେନାକୁ ଡଷ୍ଟବିନ୍‌ରେ ଫିଙ୍ଗାଯାଇ ନଷ୍ଟ କରାଯାଇଛି । ଅଧିକ ତଦନ୍ତ ପାଇଁ ପନିର ଏବଂ ଛେନାର ନମୁନା ଲ୍ୟାବ୍‌କୁ ପଠାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ସୁରକ୍ଷା ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ ଦଣ୍ଡବିଧାନ କରାଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।