ପାଚନ ସମସ୍ୟା ନେଇ ଚିନ୍ତିତ କି ; ତେବେ ଜାଣନ୍ତୁ ଏହାର କାରଣ ଓ ନିରାକରଣ

ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ ଅନୁଯାୟୀ, ରାତିରେ ଶୋଇବାର ୨ରୁ ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇସାରିବା ଭଲ। ଖାଇବା ପରେ ତୁରନ୍ତ ଶୋଇପଡ଼ିଲେ ପେଟ ଭର୍ତ୍ତି ଥିବାରୁ ଅମ୍ଳ ଉପରକୁ ଫେରିବାର ସମ୍ଭାବନା ବଢ଼ିପାରେ। କିଛି ସମୟ ଅପେକ୍ଷା କଲେ ପେଟକୁ ଖାଦ୍ୟ ହଜମ କରିବା ପାଇଁ ସମୟ ମିଳେ ଏବଂ ରାତିରେ ଏସିଡ୍‌ ରିଫ୍ଲକ୍ସର ଆଶଙ୍କା କମିପାରେ।