ନଭେମ୍ବର ୧୮ ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର, ୨୯/୧୦ : ନଭେମ୍ବର ୧୮ ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ୧୭ ତମ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ନଭେମ୍ବର ୧୮ ରେ ବିଧାନସଭାରେ ଉପସ୍ଥାପିତ ହେବ ପ୍ରଥମ ଅତିରିକ୍ତ ବଜେଟ୍ । ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହେବ। ନଭେମ୍ବର ୩୦ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟବରାଦ ସମ୍ପର୍କିତ ବିନିଯୋଗ ବିଲ୍ ଗୃହରେ ଉପସ୍ଥାପିତ ହେବ। ସମୁଦାୟ ୪୪ ଦିନ ମଧ୍ୟରେ ରହିଛି ୩୩ ଟି କାର୍ଯ୍ୟ ଦିବସ ।