ଭୁବନେଶ୍ୱର, ୨୯/୧୦ : ଜାତୀୟ ରାଜପଥରେ ବାରମ୍ବାର ଯାତାୟାତ କରୁଥିବା ଗାଡ଼ି ମାଲିକଙ୍କ ପାଇଁ ଆସୁଛି ଏକ ନୂଆ ସୁବିଧା । ଟୋଲ୍ ଖର୍ଚ୍ଚ କମାଇବା ପାଇଁ ସରକାର ଆଣିବାକୁ ଯାଉଛନ୍ତି ରିହାତି ମୂଲ୍ୟର ଲୋକାଲ୍ ଟୋଲ୍ ପାସ୍ । ୨୦୨୬ ନଭେମ୍ବର ୧ରୁ ଏହି ପାସ୍ ଉପଲବ୍ଧ ହେବ । ଏହାର ମୂଲ୍ୟ ୧୫୦୦ ଟଙ୍କା ରହିଥିବା ବେଳେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଅଣ-ବାଣିଜ୍ୟିକ ଗାଡ଼ି ମାଲିକ ଏହାର ଲାଭ ପାଇପାରିବେ ।