ଭୁବନେଶ୍ୱର, ୨୨/୦୮ : ଓଲା, ଉବେର, ରାପିଡୋ ସମେତ ଆପ୍ ଆଧାରିତ ଯାତ୍ରୀ ସେବା ଯୋଗାଉଥିବା ଯାନଗୁଡ଼ିକ ଉପରେ ଏବେ ଲାଗିବାକୁ ଯାଉଛି ପରିବହନ ବିଭାଗର କଟକଣା । ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ନୂତନ ନିୟମ ଅନୁଯାୟୀ, ଓଲା, ଉବେର ଏବଂ ରାପିଡୋ ଭଳି ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ । ସେହିପରି, ଏହି କମ୍ପାନିଗୁଡ଼ିକ ସହିତ କାମ କରୁଥିବା ଡ୍ରାଇଭରମାନଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିବା ଆବଶ୍ୟକ ।