ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଦ୍ରାବିଡ଼, ସେହ୍ବାଗଙ୍କ ପୁଅ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍‌ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଦୁଇଟି ୪ ଦିନିଆ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ବିସିସିଆଇ ପକ୍ଷରୁ ଗୁରୁବାର ଭିନ୍ନଭିନ୍ନ ଦଳ ମନୋନୟନ କରାଯାଇଛି। ଲକ୍ଷ୍ୟ ରାଇଚନ୍ଦନା ଦିନିକିଆ ଓ ଯଶବର୍ଦ୍ଧନ ଚୌହ୍ବାନ ୪ ଦିନିଆ ମ୍ୟାଚ ଲାଗି ଅଧିନାୟକ ନିଯୁକ୍ତ ହୋଇଛନ୍ତି। ପୂର୍ବତନ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ଓ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ବୟ ଦ୍ରାବିଡ଼ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଆର୍ଯ୍ୟବୀର ବ୍ୟାଟ୍‌ସମ୍ୟାନ ଓ ଅନ୍ବୟ ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ଭାବେ ଦଳରେ ସ୍ଥାନ ପାଇଛନ୍ତି।

ପ୍ରଥମ ଥର ପାଇଁ ଆର୍ଯ୍ୟବୀରଙ୍କୁ ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ମିଳିଛି। ଡାହାଣହାତୀ ବ୍ୟାଟ୍‌ସମ୍ୟ​‌ାନ ଆର୍ଯ୍ୟବୀର ଦିଲ୍ଲୀ ପ୍ରିମିୟର ଲିଗ୍‌-୨୦୨୬ରେ ପଶ୍ଚିମ ଦିଲ୍ଲୀ ଲାୟନ୍ସ ପାଇଁ ଖେଳିଥିଲେ। ଦିନିକିଆ ଶୃଙ୍ଖଳା ରାଜେକୋଟ୍‌ରେ ସେପ୍ଟେମ୍ବର ୧୮​‌େ​‌ର ପ୍ରଥମ,୨୧ରେ ଦ୍ବିତୀୟ ଓ ୨୩ରେ ତୃତୀୟ ମ୍ୟାଚ ଖେଳାଯିବ। ୪ ଦିନିଆ ମ୍ୟାଚ ସେପ୍ଟେମ୍ବର ୨୭ରୁ ୩୦ ପର୍ଯ୍ୟନ୍ତ ରାଜକୋଟ୍‌ରେ ପ୍ରଥମ ଓ ଅକ୍ଟୋବର ୫ରୁ ୮ ପର୍ଯ୍ୟନ୍ତ ଅହମ୍ମଦାବାଦ୍‌-ବି ଗ୍ରାଉଣ୍ଡରେ ଖେଳାଯିବ।

୧୯ ବର୍ଷରୁ ଦିନିକିଆ ଦଳ : ଲକ୍ଷ୍ୟ ରାଇଚନ୍ଦନା (ଅଧିନାୟକ), ଯଶବର୍ଦ୍ଧନ ଚୌହ୍ବାନ(ଉପ ଅଧିନାୟକ), ରଜତ ବାଗେଲ (ୱିକେଟରକ୍ଷକ), ଆର୍ଯ୍ୟବୀର ସେହ୍ବାଗ, ଭି.କେ ଭିନେଟ, କୁଶାଗ୍ରା ଓଝା, ଅର୍ଜୁନ ରାଜପୁତ, ମନାଲ ଚୌହ୍ବାନ, ଅନ୍ବୟ ଦ୍ରାବିଡ଼ (ୱିକେଟରକ୍ଷକ), ଭି ଯଶବୀର, ରୋହିତ ଯାଦବ, ଶିବନ ବିନୋଦ, ମୋହିତ ଉଲଭା, ଚିଗୁରୁପତି ଭେଙ୍କଟା, କାଭିଆ ପଟେଲ।

୪ ଦିନିଆ ମ୍ୟାଚ ପାଇଁ ଭାରତୀୟ ଦଳ : ଯଶବର୍ଦ୍ଧନ ଚୌହ୍ବାନ(ଅଧିନାୟକ), ଲକ୍ଷ୍ୟ ରାଇଚନ୍ଦନା(ଉପ ଅଧିନାୟକ),ସାଗର ଭିର୍କ, କୁଶାଗ୍ରା ଓଝା, ମନାଲ ଚୌହ୍ବାନ, କୁଶ ପଟେଲ, ମାନବ କ୍ରିଷ୍ଣା (ୱିକେଟରକ୍ଷକ), ଅଭିପ୍ରିୟ ବିଶ୍ବାସ(ୱିକେଟରକ୍ଷକ), ରୋହିତ ଯାଦବ, ଇଶାନ ଓମ୍‌, ଆର୍ଯ୍ୟନ ଆକ୍ରମ, ପ୍ରଣବ ରାଘବେନ୍ଦ୍ର, ପ୍ରିୟାଂଶୁ ସିଂହ, ମୋହିତ ଉଲ୍‌ଭା, ଆର୍ଯ୍ୟନ ଯାଦବ।