ଡବଲ ମର୍ଡର ମାମଲା : ୧୨ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର, ୧୮/୦୯ : ଡବଲ ମର୍ଡର ମାମଲାରେ ୧୨ଜଣଙ୍କୁ ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୧ ମସିହା ଜୁନ ୧୨ ତାରିଖରେ ହୋଇଥିଲା ଡବଲ ମର୍ଡର। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମୁଠାଗୁଡା ଗାଁର ଲୁକା ଦଳବେହେରାଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରିଥିଲେ। ପ୍ରଦିବାଦ କରିବାରୁ ଲୁକାଙ୍କ ପୁଅ ଅନୁଖଙ୍କୁ ମଧ୍ୟ ହତ୍ୟା କରିଥିଲେ। ବାପପୁଅଙ୍କୁ ପ୍ରଥମେ ଆକ୍ରମଣ କରିବା ପରେ ବିଷ ଦେଇ ହତ୍ୟା କରାଯାଇଥିଲା। ଏନେଇ ଅଡବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଜସୁଆ ଗମାଙ୍ଗ ସମେତ ଅନ୍ୟ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି। ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଏବଂ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ବିଚାରପତି।