ଭୁବନେଶ୍ୱର, ୧୮/୦୯ : କିଟରେ ଲଞ୍ଚ ହେଲା ଇଲେକ୍ଟ୍ରିକ୍ ବାଇକ୍ ‘ଆଶ୍ୱା’। କିଟ୍ ୟୁନିଭର୍ସିଟିରେ ଟିମ୍ କେତଭ୍ ପକ୍ଷରୁ ଇଲେକ୍ଟ୍ରିକ୍ ରେସିଂ ବାଇକ୍ ‘ଆଶ୍ୱା’ ଲଞ୍ଚ ହୋଇଛି। କିଟ ବିଶ୍ବବିଦ୍ୟାଳୟ କୁଳପତି ଶରଣଜିତ୍ ସିଂ ଏହାକପ ଲଞ୍ଚ କରିଛନ୍ତି। ମର୍ଫିନ୍ ମୋଟରସ୍ପୋର୍ଟସର ସହଯୋଗରେ ଛାତ୍ର ଇଞ୍ଜିନିୟରମାନେ ଏହି ବାଇକକୁ ନିଜେ ଡିଜାଇନ୍ ଓ ନିର୍ମାଣ କରିଛନ୍ତି। ୪.୫ କିଲୋୱାଟ୍ ମୋଟର୍ , ୮୦ ଆମ୍ପିୟର୍ ଆୱାର୍ ଲିଥିୟମ୍ -ଆୟନ୍ ବ୍ୟାଟେରୀ ଓ ଆକ୍ଟିଭ୍ ଏୟାର୍ କୁଲିଂ ସହ ବାଇକ୍ ଟି ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଚାଲିପାରିବ। ଗୋଟିଏ ଥର ଚାର୍ଜରେ ପ୍ରାୟ ୧୦୦ କିଲୋମିଟର୍ ରେଞ୍ଜ୍ ଦେବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ଚେସିସ୍ ଓ ବଡି ନିଜସ୍ୱ ୱାର୍କସପରେ ନିର୍ମାଣ ହୋଇଥିବା ବେଳେ ଏଥିରେ ହାଇଡ୍ରୋଲିକ୍ ଡିସ୍କ ବ୍ରେକ୍ ଓ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ରହିଛି। ଅକ୍ଟୋବରରେ କୋଏମ୍ବାଟୁରରେ ହେବାକୁ ଥିବା ମର୍ଫିନ୍ ମୋଟରସ୍ପୋର୍ଟସ୍ ସିରିଜ୍ ୨୦୨୬ରେ ‘ଆଶ୍ୱା’ ଅଂଶଗ୍ରହଣ କରିବ।