ଜଳିଗଲା ଗୁହାଳ : ୪ଗୋରୁ ମୃତ

ମହାକାଳପଡ଼ା, ୨୮/୦୯ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ବିରିବାଟି ର କାର୍ତ୍ତିକ ପଲେଇ ଙ୍କ ଗୁହାଳ ଜଳିଯିବାରୁ ଭିତରେ ଥିବା ଗାଈ ଓ ବାଛୁରୀ ସମେତ ୪ଗୋରୁ ଙ୍କ ରେ ମୃତ୍ୟୁ ହୋଇଥିବାର ଜଣାପଡିଛି l ମାର୍ଶାଘାଈ ଥାନାଞ୍ଚଳ ବିରିବାଟି ଗ୍ରାମର କାର୍ତ୍ତିକ ଚନ୍ଦ୍ର ପଲେଇ ଙ୍କ ଘରେ ଗତକାଲି ରାତି ୧୧ଟା ପରେ ଗୁହାଳ ଘରେ ନିଆଁ ଲାଗିଯାଇଥିଲା l ନିଆଁ ଲାଗିଯାଇଥିବାର କାରଣ ଅସ୍ପଷ୍ଟ ଥିବାରୁ ଜଳୁଥିବା ଚାଳଛପର ଗୁହାଳ ର ନିଆଁ ଶିଖା ରେ କେହିବି ଗୋରୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା l କାଳେ ବିଦ୍ୟୁତ ସର୍ଟ ସର୍କିଟ ଘଟିଥିବ ସନ୍ଦେହ କରି କେହିବି ଉଦ୍ଧାର ପାଇଁ ସାହସ କରିନଥିଲେ l ପରେ ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ଦୁଇଟି ଗାଈ ସମ୍ପୂର୍ଣ୍ଣ ଜଳିଯାଇଥିଲେ l ଅନ୍ୟ ଗୋଟିକ ଗାଈ ଗୋଟିଏ ବାଛୁରୀ କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଆଗ୍ନୀକ ମାନେ ଉଦ୍ଧାର କରିଥିଲେ l ପରବର୍ତ୍ତୀ ସମୟରେ ଉଦ୍ଧାର ଅର୍ଦ୍ଧଦଗ୍ଧ ଦୁଇ ଗୋରୁ ଙ୍କ ରେ ମୃତ୍ୟୁ ହୋଇଥିବାର ଜଣାପଡିଛି l.ଦୁଃହାଳିଆ ଗାଈ ଓ ବାଛୁରୀ ହରାଇ ବା ପରେ ଗୋପାଳ ପରିବାର ରେ ବେଉସା ବୁଡିଯାଇଛି lଦୁଃଖଦ ପରିବା କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବିକରନ୍ତି l