ସୁନାମିରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ମହାକାଳପଡ଼ା, ୨୮/୦୯ : କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳ ମହାକାଳ ପଡା ବ୍ଲକର ୧୮ଟି ସମୁଦ୍ର ଉପକୁଳିଆ ଗାଁ କୁ ସୁନାମି ପ୍ରବଣ ଗ୍ରାମ ଭାବେ ପ୍ରଶାସନ ପକ୍ଷ ରୁ ଚିହ୍ନଟ କରାଯାଇଛି। ଉପକୂଳ ରେ ସମୁଦ୍ର ତଳେ ବଡ଼ ଧରରଣ ଭୂକମ୍ପ ହେଲେ ସୁନାମୀ ସୃଷ୍ଟି ହୁଏ । ଏହାର ପ୍ରଭାବ ରେ ଉପକୁଳ ଅଞ୍ଚଳକୁ ଖୁବ ଶୀଘ୍ର ବିଶାଳ ଉତ୍ତାଳ ଓ ବେଗ ଗାମୀ ତରଙ୍ଗ ମାଡି ଆସି ଧନ ଜୀବନ କ୍ଷ ୟ କ୍ଷତି ଘଟଇଥାଏ l. ଏସବୁକୁ ଦୃଷ୍ଟି ରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜମ୍ବୁ ପଂଚାୟତ ଭାଟେଣୀ ସ୍କୁଲ ଠାରେ ଜାତୀୟ ସୁନାମି ପ୍ରସ୍ତୁତି ବୋର୍ଡ ତରଫରୁ ରବିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁନାମୀ ରେ ସଂଜ୍ଞା . ଲକ୍ଷଣ. ପ୍ରଭାବ, ପ୍ରସ୍ତୁତି ଓ ସୁରକ୍ଷିତ ଉଦ୍ଧାର ଆଦି ବିଷୟ ରେ ଉପସ୍ଥିତ ରେଡି ବୋର୍ଡ ସଦସ୍ୟ ମାନେ ବୁଝାଇଥିଲେ l କାର୍ଯ୍ୟକ୍ରମ ରେ ମଣ୍ଡଳ ଉନ୍ନୟନ ଅଧିକାରୀ ରବିନାରାୟଣ ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭୂ ବୈଜ୍ଞାନିକ ଡ଼ ପଦ୍ମନାଭନ. ବୈଜ୍ଞାନିକ ଏଚ ଶିବ କୁମାର ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ନିତ୍ୟ ରଞ୍ଜନ ସାମାଲ ଆଦି ସଚେତନ କରାଇଥିଲେ l ଏତଦ ବ୍ୟତୀତ ତ୍ରିଲୋଚନ ରାଉତ. ଜମ୍ବୁ ସରପଞ୍ଚ ବିଶ୍ବଜିତ ବସୁ. ସୁନୀତି ପୂର୍ବତନ ସରପଞ୍ଚ ମନୋଜ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ସେଲଟର ରେ ସ୍ବେଛାସେବୀ ମାନଙ୍କ ଦ୍ୱାରା ମକ ଡ୍ରିଲ କରାଯାଇଥିଲା lସୁନାମି ସମୟ ରେ କାତର ନହୋଇ ପୂର୍ବରୁ ସ୍ଥିରୀକୃତ ସୁରକ୍ଷିତ ସ୍ଥାନ ରେ ପହଁଚିବେ ସେଥି ପ୍ରତି ଦୃଷ୍ଟି ଦେବା ବିଧେୟ ବୋଲି ଲୋକମାନଙ୍କୁ ବୁଝାଇ ଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ନୋଡାଲ ଅଧିକାରୀ ଦୀପକ ପରିଡା ଓ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ରେ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l