ମହାକାଳପଡ଼ା, ୨୮/୦୯ : ମହାକାଳପଡ଼ା ବ୍ଲକ ଅଂଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧିପାଉଥିବାରୁ, ତନ୍ତିଆପାଳ ସାମୁଦ୍ରିକ ପୋଲିସ ସକ୍ରିୟ ହୋଇ ଗୋଟିକ ପରେ ଗୋଟିଏ ଚୋରା ବେପାରୀଙ୍କ ଉପରେ ଚଢ଼ାଉ ଜରୁରଖିଛି l ସ୍ଥାନୀୟ ଥାନା ଅଧୀନ ଉପକୂଳ ଅଞ୍ଚଳ ରେ ଚୋରାମଦ କାରବାର ଉପରେ ପୋଲିସ ସତର୍କ ଦୃଷ୍ଟି ରଖିଛି l ଏହିକ୍ରମେ ୧୩ତାରିଖ ଦିନ ମିଲନ ମୋଡ଼ ଛକ ନିକଟ ଚୋରା ମଦ ବେପାରୀ ଗୁରୁପଦ ପରିଡା ଙ୍କ ଦୋକାନ ଉପରେ ଚଢ଼ାଉ କରି ପୋଲିସ ୨୪ଲିଟର ବିଦେଶୀ ମଦ ଜବତ କରିଥିଲା l ମାତ୍ର ବେପାରୀ ଶ୍ରୀ ପରିଡା ପୋଲିସ ଆଖିରେ ଧୂଳି ଦେଇ ଖସି ଯାଇଥିଲା l ପୋଲିସ ଟିମ ଗୁରୁପଦ କୁ ଧରିବା ପାଇଁ ଜାଲ ବିଛାଇ ଆପେକ୍ଷା ରେ ଥିବା ବେଳେ ୨୭ ତାରିଖ ରବିବାର ଦିନ ମାମଲା ୧୪୩/୨୬ଯୋଗେ ଗୁରୁପଦ କୁ ଗିରଫ କରି କୋର୍ଟ ଫରୱାର୍ଡ କରିଥିବାର ଜଣାପଡିଛି l ତନ୍ତିଆ ପାଳ ପୋଲିସ ଏଭଳି ସ୍ୱାଗତ ଯୋଗ୍ୟ ପଦକ୍ଷେପ କୁ ସାଧାରଣ ରେ ପ୍ରଶଂସା କରିଛନ୍ତ l