କିଟ୍‍ ଓ କିସରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୦୩/୧୦ : କିଟ୍‍ ଓ କିସରେ ଗାନ୍ଧୀ ଜୟନ୍ତୀ । ପ୍ରତିବର୍ଷ ପରି ଚଳିତବର୍ଷ କିଟ୍‍ ଓ କିସ୍‍ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ କିସ୍‍ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଡ. ସାମନ୍ତ, ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଡ. ସାମନ୍ତ କହିଥିଲେ, ଭାରତ ସମେତ ବାହାରେ ମଧ୍ୟ ଗାନ୍ଧୀଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଇଥାଏ। ମହାତ୍ମା ଗାନ୍ଧୀ ଜନଜାତିଙ୍କ ବିକାଶ ନିମନ୍ତେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିସ୍‍ ଜରିଆରେ କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ପରେ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାମଧୂନ ଗାନ କରାଯାଇଥିଲା । ଶେଷରେ ପିଲାମାନଙ୍କୁ ଲଡୁ ବଣ୍ଟନ କରାଯାଇଥିଲା ।