ନୂଆଦିଲ୍ଲୀ, ୧୭/୧୦ : ପାକିସ୍ତାନରେ ଆଜି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୮ ରହିଥିବା ଜଣାପଡିଛି । ଭୂକମ୍ପ ହେବା ଫଳରେ ଲୋକଙ୍କ ଆତଙ୍କ ସୃଷ୍ଟି କରିଛି । ଫଳରେ ଲୋକେ ଭୟରେ ଘରୁ ବାହାରି ଦୌଡି ପଳାଇଥିଲେ । ହେଲେ ଏଥିରେ କେହି ମୃତାହତଙ୍କ ସୂଚନା ମିଳିନାହିଁ । ପାକିସ୍ତାନରେ ସକାଳ ପ୍ରାୟ ୧୦ ଟା ୩୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୫ କିଲୋମିଟର ଗଭୀରତାରେ ଥିଲା । ଏହାର ଅକ୍ଷାଂଶ ୨୭.୯୪୪ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୬୬.୫୩୨ ଡିଗ୍ରୀ ପୂର୍ବରେ ଥିଲା । ଆଜି ଭାରତର ହିମାଚଳ ପ୍ରଦେଶରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଶିମଲା ଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠଠାରୁ ୧୦ କିଲୋମିଟର ତଳେ ରହିଥିଲା । ଫଳରେ ଶିମଲା ଓ ସୋଲନ୍ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା । ତେବେ ଏହି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷତି ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାହିଁ ।