ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା, ପୀଠେ ମହାଷ୍ଟମୀ

ଭୁବନେଶ୍ୱର, ୧୮/୧୦ : ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା । ପୀଠେ ମହାଷ୍ଟମୀ । ଗତକାଲି ବିଲ୍ୱଧିବାସ କରାଯାଇଛି । ଆଜି ମା’ଙ୍କର କଳସ ଯାତ୍ରା, ନବପାତ୍ରୀକା ପ୍ରବେଶ, ଚକ୍ଷୁ ଦାନ କରାଯିବ । ମହାଶକ୍ତି ମା’ ଦୁର୍ଗାଙ୍କ ଆଗମନରେ ଗଗନପବନ ପ୍ରକମ୍ପିତ । ଘଣ୍ଟ,ଘଣ୍ଟା ଓ ଶଙ୍ଖ ଧ୍ବନିରେ କମ୍ପୁଛି ଚାରିଆଡ଼ । ସବୁଠି ଭକ୍ତି, ଆଧ୍ୟାତ୍ମିକତା ଓ ଶକ୍ତି ଉପାସନାର ଅପୂର୍ବ ମାହୋଲ । ଦେବୀ ଦୁର୍ଗାଙ୍କୁ ଆବାହନ ଓ ଜାଗ୍ରତ କରିବା ପାଇଁ ବିଶେଷ ପୂଜା । ପୂଜାର ଶୁଭାରମ୍ଭ ସଂକଳ୍ପ । ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମାହୋଲ୍ ଜମିବାରେ ଲାଗିଛି ।