ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୧୦ : ରାଜ୍ୟପାଳଙ୍କୁ ମୋହନ ମାଝୀଙ୍କ ଶୁଭେଚ୍ଛା । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକ ଭବନର ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ନୂଆ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି ମୋହନ ମାଝୀ । ନୂଆ ରାଜ୍ୟପାଳଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ଯାତ୍ରା ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ରାଜ୍ୟର ବିକାଶ ଓ ପ୍ରଗତିକୁ ନେଇ ନୂଆ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରୁ ସ୍ପଷ୍ଟ ହୋଇଛି । ଏଥିସହ ବ୍ରଜମୋହନ ରାମଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି ମୋହନ ମାଝୀ ।