ଭୁବନେଶ୍ୱର, ୨୪/୧୦ : ରାଜଧାନୀ ଭୁବନେଶ୍ୱର ର ବହୁ ଚର୍ଚ୍ଚିତ ଖାରବେଳର କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ଏକ ପ୍ରତିନିଧି ଟିମ୍ ନବୀନ ନିବାସ୍ ଯାଇ ଓଡିଶାର ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀଦଳ ନେତା ବିଜେଡି ସୁପ୍ରିମୋ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୮୦ତମ ଜନ୍ମଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମାନ୍ଯବର ଅଧ୍ୟକ୍ଷ ଶ୍ରୀ ଅଭିଷେକ୍ ମଲ୍ଲିକ୍ ଙ୍କ ସହ ବରିଷ୍ଠ ସଦସ୍ଯ ଶ୍ରୀ ପ୍ରଦୀପ ମଲ୍ଲିକ, ଶ୍ରୀ ବଦ୍ରି ନାରାୟଣ ଜେନା , ଶ୍ରୀ ଜଗମୋହନ ବଳିଆରସିଂହ, ସଚିନ୍ ଶ୍ରେଷ୍ଟା ଯୁବ ସଦସ୍ଯା ସୁଶ୍ରୀ ସିନୋରିତା ଦାଶ, ଶ୍ରୀମତୀ ପାୟଲ ପଲ୍ଲବୀ ଯୁବ ସଦସ୍ଯ ସାଗର ବଳବନ୍ତରାୟ, ଶୁଭ୍ରଜିତ ମହାନ୍ତି, ଶାଶ୍ୱତ ଅନୁରାଗ ସାହୁ, ସତ୍ଯପ୍ରଜ୍ଞ ଗୌଡ଼ ଓ ଅନୁଭବ୍ ମିଶ୍ର ପ୍ରତିନିଧି ଟିମ୍ ରେ ଉପସ୍ଥିତ ରହିଥିଲେ ।