୪ ରାଜ୍ୟର MLC ନିର୍ବାଚନରେ ବିଜେପି ମେଣ୍ଟର ବାଜିମାତ୍‌, କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ, ୨୯/୧୦ : ଚାରିଟି ରାଜ୍ୟରେ ଅନୁଷ୍ଠିତ ବିଧାନ ପରିଷଦ ବା MLC ନିର୍ବାଚନର ଫଳାଫଳରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ଅଧିକ ଆସନ ହାତେଇଛନ୍ତି । ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୨୮ଟି ଆସନ ପାଇଁ ହୋଇଥିବା ଏହି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅନ୍ୟପଟେ କେତେକ ପ୍ରମୁଖ ଆସନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।