ନୂଆଦିଲ୍ଲୀ, ୩୦/୧୦ : ଉତ୍ତରାଖଣ୍ଡରେ ପୁଣି ହେଲିକପ୍ଟର ଦୁର୍ଘଟଣା। ବଦ୍ରିନାଥ ଧାମରୁ ୬ ଜଣଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଚମୋଲି ଜିଲ୍ଲାର ଜୋଶୀମଠ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଟ୍ରାନ୍ସ ଭାରତ ଏଭିଏସନ୍ର ଏହି ହେଲିକପ୍ଟରରେ ଜଣେ ପାଇଲଟ୍ ଓ ୫ ଜଣ ଯାତ୍ରୀ ଥିଲେ । ପାଇଲଟ୍ଙ୍କ ନାଁ କ୍ୟାପଟେନ୍ ହିମାଂଶୁ। ଅନ୍ୟ ୫ ଯାତ୍ରୀ ହେଲେ ପ୍ରଥାପା, ଅରୁଣ, ଶଙ୍କର ଗୌଡ଼ା, ସୁଧୀର କେ ଏବଂ ଏଚ୍ଏସ୍ ନଟରାଜ ।