ଭୁବନେଶ୍ୱର, ୩୧/୧୦ : ସାମାନ୍ୟ ବଚସାରୁ ସ୍ତ୍ରୀକୁ ହତ୍ୟା । ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା ସ୍ୱାମୀ । ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ । ହତ୍ୟା କରି ସାରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ମୃତ ଦେହକୁ ଫିଙ୍ଗି ଦେଇଥିଲା ସ୍ୱାମୀ । ୪ ଦିନ ପରେ ଆଜି ମୃତ ଦେହ ଉଦ୍ଧାର କରିଛି ନୟାକୋଟ ପୁଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କୁଶକଳା କାଳିଆଡ଼ିହି ସାହିରେ । ମୃତକ ହେଉଛନ୍ତି ମେଂଜତି ମୁଣ୍ଡା । ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡା ଙ୍କୁ ଥାନା ରେ ଅଟକ ରଖିଛି ପୁଲିସ ।