ବିଭିନ୍ନ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ମହାକାଳପଡ଼ା, ୦୧/୧୧ : ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମହାକାଳପଡ଼ା ବ୍ଲକ ର ବିଭିନ୍ନ ସ୍ଥାନରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏନେଇ ତନ୍ତିଆ ପାଳ ସାମୁଦ୍ରିକ ଥାନା ତରଫରୁ ଗୋଗୁଆ ପଂଚାୟତସ୍ଥ ରାହାମା ହାଇସ୍କୁଲ ପରିସର ରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭ ରେ ଅଧ୍ୟକ୍ଷ /ଅଧ୍ୟାପକ /ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସହିତ ଥାନା ଅଧିକାରୀ ନରେଶ ସାହୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ l ସହଯୋଗୀ ଭାବେ ଥାନା ଏସଆଇ ଦେବାଶିଷ ତୀର୍କୀ ଉପସ୍ଥିତ ଆଖ ପାଖ ବିଭିନ୍ନ ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଜୟନ୍ତୀ ଉତ୍ସବ କୁ ଉଦ୍ଜୀବିତ କରିଥିଲେ l ସର୍ଦ୍ଦାର ପଟେଲ ଙ୍କ ର ରାଷ୍ଟ୍ର ଗଠନରେ ଭୂମିକା ଓ ଐକତା, ଅଖଣ୍ଡତା, ବଜାୟ ରଖିବାରେ ସମସ୍ତ ନାଗରିକ ମାନଙ୍କ ର ପ୍ରମୁଖ ଭୂମିକା ନେଇ ଆଲୋଚନା ହୋଇଥିଲା l ବିଚାରକ ଭାବେ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ବେହେରା ଙ୍କ ସହିତ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ମଧୁସ୍ୱପ୍ନା ପଟ୍ଟନାୟକ ଓ ମହାବିଦ୍ୟାଳୟ ର ଅଧ୍ୟାପକ ଶଶଧର ସାର ଉପସ୍ଥିତ ଥିଲେ l

ଶେଷରେ କୃତି ପ୍ରତିଯୋଗି ମାନଙ୍କୁ ମଂଚାସୀନ ଅଧିକାରୀ ମାନେ ପୁରସ୍କୃତ କରିଥିଲେ l ସେହିପରି ମହାକାଳପଡ଼ା ଥାନା ତରଫରୁ ଥାନା ପରିସର ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଥାନା ଅଧିକାରିଣୀ ବନ୍ଦନା ପାତ୍ର, ଏସଆଇ ତପସ୍ୱିନୀ ବିଶ୍ୱାଳ, ଏଏସଆଇ ଦାସରଥି ମହାରଣା ଓ ପ୍ରଭାତ ରଞ୍ଜନ ରାଉତ ଙ୍କ ସମେତ ଅନ୍ୟ କର୍ମଚାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ l ମହାନ ପୁରୁଷଙ୍କ ୧୫୧ ଜନ୍ମ ଜୟନ୍ତୀ ଅବସର ରେ ପ୍ରଧାନ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ପ୍ୟାରେଡ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କୁ ଆଭାସୀ ଯୋଗେ ଅନୁଧ୍ୟାନ କରିଥିଲେ l ସ୍ୱାଧୀନ ଭାରତ ର ଏକତା ସାର୍ଵଭୌମତ୍ବ ବଜାୟ ରଖି ଉନ୍ନତ ରାଷ୍ଟ୍ର ଗଠନ ର ମୁଖ୍ୟ ପଥ ପ୍ରଦର୍ଶକ ଭାବେ ବିବେଚିତ ହୋଇଥିବା ସର୍ଦ୍ଦାର ପଟେଲ ଙ୍କ ଜନ୍ମ ଜୟନ୍ତୀ ଭବ୍ୟ ଦିବ୍ୟ ସହକାରେ ପାଳିତ ହୋଇଯାଇଛି l