ଭୁବନେଶ୍ୱର, ୦୩/୧୧ : ଦାମୀ କାର ସହ ଟ୍ରଲି ବ୍ୟାଗ୍ରେ ନେଉଥିଲେ ଗଞ୍ଜେଇ । ଟ୍ରେନରେ ବିହାର ଯିବା ପୁର୍ବରୁ ୩ ଆନ୍ତରାଜ୍ୟ ଗଂଜେଇ ବେପାରୀ ଗିରଫ । ୪୬ କିଲୋ ଗଞ୍ଜେଇ ସହ ରେଳ ଷ୍ଟେସନ ନିକଟରୁ ଧରାପଡିଲେ ତିନି ବିହାରୀ ଯୁବକ ଗିରଫ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରୁ କାରରେ ଟ୍ରଲିଂ ବ୍ୟାଗରେ ଗଂଜେଇ ଭରି ସଇଁତଳା ରେଲୱେ ଷ୍ଟେସନକୁ ଯାଉଥିଲେ। ସରକାରୀ ବସ ଷ୍ଟାଣ୍ଡ ପାଖରେ ଯାଂଚ ସମୟରେ ଧରାପଡିଥିଲେ । ୩ ବିହାରୀ ଯୁବକଙ୍କ ସହ ଗାଡି ଚାଳକଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ଗତକାଲି ସନ୍ଧ୍ୟାରେ ସଇଁତଳା ବସ୍ତା ଷ୍ଟାଣ୍ଡ ନିକଟରେ ସଇଁତଳା ପୁଲିସ ଚଢ଼ାଉ କରି କାର ସହ ୪ ଜଣଙ୍କୁ ଗିରଫ କରିଛି ।