ଯଦୁପୁର ହତ୍ୟା ଘଟଣା ର ସିନ ରିକ୍ରିଏସନ ବେଳେ ଉତ୍ତେଜନା, ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପୋଲିସ ଗାଡି ଘେରିଲେ ଗ୍ରାମବାସୀ

ମହାକାଳପଡ଼ା, ୦୩/୧୧ : ମହାକାଳପଡ଼ା ବ୍ଲକ ଯଦୁପୁର ପଂଚାୟତ ସଦର ଯଦୁପୁର ଗାଁ ର ସସ୍ମିତା ବେହେରା ଙ୍କ ଗଳାକାଟି ହତ୍ୟା ଘଟଣା ରେ ମୁଖ୍ୟ ଅଭିଯୁକ୍ତ ମାର୍ଶାଘାଈ ବ୍ଲକ ଅଙ୍ଗୁଳାଇ ପଂଚାୟତ ବାଲିସାହି ର ଅର୍ଜିତ ମହାନ୍ତି ଚାଞ୍ଚଲ୍ୟସୃଷ୍ଟି କରି ଫେରାର ଥିଲେ l ପୋଲିସ ଅନୁସନ୍ଧାନ କରି ସାଲେପୁର ଅଞ୍ଚଳ ରୁ ଗିରଫ କରି ହେପାଜତ କୁ ଆଣିବା ପରେ ସୋମବାର ହତ୍ୟା ଘଟଣା ର ସିନରିକ୍ରିଏସନ ପାଇଁ ଯଦୁପୁର ପହଞ୍ଚିଥିଲା l ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଉପସ୍ଥିତି ରେ ଡେମୋ ପ୍ରଦର୍ଶନୀ ବେଳେ ଗାଁ ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି ହୋଇଥିଲା l ଏପରିକି ଗାଁ ଲୋକେ ହତ୍ୟା ଘଟଣାରେ ଏକାଧିକ ଅଭିଯୁକ୍ତ ସାମିଲ ଥିବା ଓ ଅଭିଯୁକ୍ତ ମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦାବି କରି ପୋଲିସ ଗାଡ଼ି କୁ ଘେରି ଯାଇଥିଲେ l ପୋଲିସ ଅଡୁଆ ପରିସ୍ଥିତି ର ମୁକାବିଲା କରିବା ସହିତ କୌଶଳ କ୍ରମେ ଅଭିଯୁକ୍ତ କୁ ଥାନାକୁ ନେଇଯାଇଥିଲା l ସେପଟେ ଉତ୍ତେଜନା ସ୍ଥଳୀରେ ଥାନା କର୍ମଚାରୀ ଓ ପୋଲିସ ଗାଡ଼ି ଅଟକି ରହିଥିଲେ l

 

ଗାଁ ଲୋକଙ୍କ ଜିଦ କୁ ଏଡାଇ ମୁକୁଳିବା ସମ୍ଭବ ନହେବାରୁ ପୋଲିସ ଗାଁ ମୁରବି ଙ୍କୁ ବୁଝା ସୁଝା କରିବା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା l ସେପଟେ ଅଭିଯୁକ୍ତ ଙ୍କୁ ଶସ୍ମିତା ବିବାହ ପାଇଁ ରୋକଠୋକ ମନା କରିବା ସହିତ ଫୋନ ନଂ ବ୍ଲକ ଲିଷ୍ଟ ରେ ପକାଇ ସମସ୍ତ ସମ୍ପର୍କ ଛିନ୍ନ କରି ଚୁପ ବସିବା କୁ ସହ୍ୟ କରି ପାରି ନଥିଲେ ରସିକିଆ ପ୍ରେମିକ l ଏକପାଖିଆ ପ୍ରେମ ରେ ମସଗୁଲ ରହୁଥୁବାରୁ ଶସ୍ମିତା ଙ୍କ ସହିତ ଦେଖା ହେବା ପାଇଁ ଶନିବାର ରାତିରେ ଶସ୍ମିତା ଙ୍କ ଘର ପାଖକୁ ଦେଖା କରିବାକୁ ଆସି ବାଡ଼ିରେ ଅପେକ୍ଷା ରେ ଥିଲେ ଅର୍ଜିତ l ମା ଝିଅ ଗୋଟିଏ ଘରେ ଥିଲେ ଝିଅ ଅନ୍ୟ ଏକ ରୁମ କୁ କୌଣସି କାର୍ଯ୍ୟ ନେଇ ଯିବା ବେଳେ ଅର୍ଜିତ ଶସ୍ମିତା ଙ୍କ ସମ୍ମୁଖରେ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ l ମାତ୍ର ବିବାହ ନକଲେ ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ ପରେ ପକେଟ ରେ ଛୁରୀ କାଢି ନିଜର ଆଙ୍ଗୁଠି କାଟି ସଚ୍ଚା ପ୍ରେମିକ ନିଦର୍ଶନ ଦେଖାଇଥିଲେ l ମାତ୍ର ମୃତ ପ୍ରେମିକା ପ୍ରେମିକ ର ଏଭଳି ଘଟଣା ରେ ବିଚଳିତ ନ ହେବାରୁ ବାଧ୍ୟ ହୋଇ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକା ର ପାଟି ଚାପି ଧରି ଗଳା କାଟି ଦେଇ ରକ୍ତାକ୍ତ ଅବସ୍ଥା ରେ ଘର ଠାରୁ ୨୦୦ମିଟର ଦୂରରେ ଫିଙ୍ଗି ଦେଇଥିଲା l ସେ ଏକାକୀ ସମସ୍ତ କାଣ୍ଡ ଭିଆଇଛି ଓ ସାଥିରେ କେହି ନଥିବାର ପୋଲିସ ସମ୍ମୁଖରେ ବୟାନ ରଖିଛି ଅର୍ଜିତ l କିନ୍ତୁ ରାତି ଅଧିଆ ଏକାକୀ ବାଡ଼ି ପଟରେ ଅପେକ୍ଷା କରିବା ଓ ଚାଞ୍ଚଲ୍ୟ କର ଘଟଣା ଘଟାଇବା କୁ ଗାଁ ଲୋକେ ବିଶ୍ୱାସ କରିପାରୁନାହାଁନ୍ତି l କେହି ନା କେହି ସାଥି ମିଳି ମିଳିମିଶି ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଲୋକଙ୍କ ଦୃଢୋକ୍ତି l ଉଭୟ ପ୍ରେମିକ ଓ ପ୍ରେମିକା ମାର୍ଶାଘାଈ ଥାନାଞ୍ଚଳ ର ହୋଇଥିବାରୁ ଅଧିକ ରୁ ଅଧିକ ତଦନ୍ତ କରି ଘଟଣାର ପର୍ଦ୍ଦା ଫାସ କରିବା ମାର୍ଶାଘାଈ ପୋଲିସ ନିମନ୍ତେ ସୁଗମ ହୋଇପାରେ ବୋଲି ଅନୁମେୟ ହେଉଛି l ପ୍ରେମିକ ଆଙ୍ଗୁଠି କାଟିବା ପରେ ପ୍ରେମିକା ଗଳା କାଟି ହତ୍ୟା କରିଥିବା ଅର୍ଜିତ ବିରୁଦ୍ଧରେ ନ୍ୟାୟିକ ବ୍ୟବସ୍ଥା କି ପ୍ରକାର ଦଣ୍ଡ ବିଧାନ କରୁଛି ଦେଖିବାକୁ ବାକି ରହିଲା l