ଅନୁଗୋଳ ଠାରେ ନାଲକୋର ପ୍ରସ୍ତାବିତ ସ୍ମେଲ୍ଟର ସମ୍ପ୍ରସାରଣ
ଗୁରୁତ୍ୱପୂର୍ଣ୍ଣ ଅନୁମୋଦନ ଏବଂ ସହଭାଗୀତା ସହ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ
ଭୁବନେଶ୍ୱର, ୦୫/୧୧ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନଲୋକଉଦ୍ୟୋଗ \’ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍\’ (ନାଲକୋ), ଓଡ଼ିଶାର ଅନୁଗୋଳ ଠାରେ ଏହାର ପ୍ରସ୍ତାବିତ\’ବ୍ରାଉନ୍ଫିଲ୍ଡ\’ ସ୍ମେଲ୍ଟର ସମ୍ପ୍ରସାରଣ କାର୍ଯ୍ୟ ଗତିଶୀଳ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ କମ୍ପାନୀର ସ୍ମେଲ୍ଟିଂ କ୍ଷମତା ବାର୍ଷିକ ୦.୫ ନିୟୁତ ଟନ୍ ବୃଦ୍ଧି ପାଇବ, ଯାହା ଫଳରେ ବର୍ତ୍ତମାନର ୦.୪୬ ନିୟୁତ ଟନ୍ବାର୍ଷିକକ୍ଷମତା ଦ୍ୱିଗୁଣିତ ହୋଇ ପ୍ରାୟ ୧.୦ ନିୟୁତ ଟନ୍ ରେ ପହଞ୍ଚିବ । ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୦,୦୦୦ କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ମିଳିସାରିଛି। ଏହାର କାର୍ଯ୍ୟ କାରିତାକୁ ସୁଗମ କରିବା ପାଇଁ ଆବଶ୍ୟକୀୟ ବୈଧାନିକ ଅନୁମୋଦନ, ରଣନୀତିକ ଭାଗୀଦାରି ଏବଂ ଅନ୍ୟାନ୍ୟ ସହାୟକ ପଦକ୍ଷେପଗୁଡ଼ିକ ପଯ୍ୟାୟକ୍ରମେସୁନିଶ୍ଚିତକରାଯାଉଛି।
ଅନୁଗୋଳରେ ପ୍ରସ୍ତାବିତ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ, କ୍ଷତିପୂରଣ ଏବଂ ପୁନର୍ବାସ ପ୍ରସଙ୍ଗକୁ ତ୍ୱରାନ୍ୱିତ କରିବା ପାଇଁ ପୁନର୍ବାସ ଏବଂ ପରିଧି ବିକାଶ ପରାମର୍ଶଦାତା କମିଟିର ବୈଠକ ମଧ୍ୟ ଇତିମଧ୍ୟରେଅନୁଷ୍ଠିତ ହୋଇଯାଇଛି। ଏହା ବ୍ୟତୀତ, ନାଲକୋବିଶ୍ୱସ୍ତରୀୟ ପ୍ରମାଣିତ ଏବଂ ଶକ୍ତି-ଦକ୍ଷ ଆଲୁମିନିୟମ ଉତ୍ପାଦନ ପ୍ରକ୍ରିୟା ଗ୍ରହଣ କରିବା ସୁନିଶ୍ଚିତ କରି, ପ୍ରସ୍ତାବିତଅନୁଗୋଳ ସ୍ମେଲ୍ଟର ପ୍ଲାଣ୍ଟ ପାଇଁ ଏହାର ସ୍ମେଲ୍ଟିଂ ପ୍ରଯୁକ୍ତିବିଦ୍ୟା ଲାଇସେନ୍ସ ପାଇଁ ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ ସହିତ ଏକ ଚୁକ୍ତିନାମାସ୍ୱାକ୍ଷରିତକରିଛି । ସମ୍ପ୍ରସାରଣ ପାଇଁ ଅତିରିକ୍ତ ୧୧୦୦ ମେଗାୱାଟ୍ବିବିଦ୍ୟୁତ୍ ଆବଶ୍ୟକ ହେବ । ଏହି ଆବଶ୍ୟକତା ପୂରଣ ନିମନ୍ତେ ନାଲକୋ ପକ୍ଷରୁ ଏନଏଲ ସିଇଣ୍ଡିଆ ଲିମିଟେଡ୍ ସହିତ ସହଭାଗୀତାମାଧ୍ୟମରେ୧୦୮୦ ମେଗାୱାଟ୍ କ୍ୟାପ୍ଟିଭ୍ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ପାଇଁ ଏକ ଯୁଗ୍ମ ଉଦ୍ୟୋଗ ସ୍ଥାପନକରାଯିବ। ସ୍ଥାୟୀତ୍ୱ ଏବଂ ସ୍ୱଚ୍ଛ ଶକ୍ତି ପ୍ରତିନିଜରପ୍ରତିବଦ୍ଧତାକୁପ୍ରାଧାନ୍ୟଦେଇ, କମ୍ପାନୀପ୍ରକଳ୍ପ ଇକୋସିଷ୍ଟମରେ ୨୦୦ ରୁ ୨୫୦ ମେଗାୱାଟ୍ ନବୀକରଣୀୟ ଶକ୍ତିରଉତ୍ପାଦନଦିଗରେମଧ୍ୟ ଯୋଜନା କରୁଛି ।
ଅନୁଗୋଳ ଠାରେ ୦.୫ ଏମଟିପିଏ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପକୁ ୨୦୩୦-୩୧ ମସିହା ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ନାଲକୋର ଧାତୁ ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ । ଦାମନଯୋଡ଼ି ଠାରେ ୫ମ ଷ୍ଟ୍ରିମ୍ ଆଲୁମିନା ରିଫାଇନାରୀ ପ୍ରକଳ୍ପ ଏବଂ ଅନୁଗୋଳ ଠାରେ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ଗୁଡ଼ିକ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସହଯୋଗରେ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି । ନିରନ୍ତର ନିବେଶ, ଦକ୍ଷତା ବିକାଶ ତଥା ଡାଉନଷ୍ଟ୍ରିମ୍ ଏବଂ ଅନୁଷଙ୍ଗିକ ଶିଳ୍ପଗୁଡ଼ିକର ପ୍ରୋତ୍ସାହନ ମାଧ୍ୟମରେ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ନାଲକୋ ପ୍ରତିଶ୍ରୁତିବଦ୍ଧ ।
ପ୍ରସ୍ତାବିତ ଅନୁଗୋଳସ୍ମେଲ୍ଟରରସମ୍ପ୍ରସାରିତକ୍ଷମତା ଆବଶ୍ୟକତା ପୂରଣ କରିବା ପରେ ମଧ୍ୟ ଚଳିତ ୫ମ ଷ୍ଟ୍ରିମ୍ ରିଫାଇନାରୀର କାର୍ଯ୍ୟକ୍ଷମ ହେବା ଦ୍ୱାରା ଅତିରିକ୍ତ ଆଲୁମିନା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି । ପ୍ରାଥମିକ ଭାବରେ ଅତିରିକ୍ତ ଆଲୁମିନା ରପ୍ତାନିକରାଯିବ, କିନ୍ତୁନାଲକୋଏହାର ଦୀର୍ଘକାଳୀନ ଅଭିବୃଦ୍ଧି ରଣନୀତିର ଅଂଶ ଭାବରେ ଗ୍ରୀନଫିଲ୍ଡ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ଏବଂ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ପାଇଁ ସମଗ୍ର ଭାରତରେ ଉପଯୁକ୍ତ ସ୍ଥାନ ଅନୁସନ୍ଧାନ କରୁଛି । ଏହି ପରିପ୍ରେକ୍ଷୀରେ, ନାଲକୋଦେଶରେ ଏକ ନୂତନ୦.୫ ଏମଟିପିଏଗ୍ରୀନଫିଲ୍ଡ ଆଲୁମିନିୟମ ସ୍ମେଲ୍ଟର ପ୍ରତିଷ୍ଠାର ମଧ୍ୟ ମୂଲ୍ୟାଙ୍କନ କରୁଛି, ଯାହାର ଲକ୍ଷ୍ୟ ଅତିରିକ୍ତ ଆଲୁମିନାକୁ ଆଲୁମିନିୟମରେ ରୂପାନ୍ତର କରି ଘରୋଇ ମୂଲ୍ୟଶୃଙ୍ଖଳାରେପ୍ରବେଶକରାଇବା। ଏହି ରଣନୈତିକ ପଦକ୍ଷେପ ଭାରତ ସରକାରଙ୍କ ଘରୋଇ ଆଲୁମିନିୟମ ଉତ୍ପାଦନ ବୃଦ୍ଧି ଏବଂ ମୂଲ୍ୟଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାର ଦୃଷ୍ଟିକୋଣ ସହିତଜଡ଼ିତ। ଏହା ଭାରତର ଆଲୁମିନିୟମ ଶିଳ୍ପର ଅଭିବୃଦ୍ଧି ଏବଂ ପ୍ରତିଯୋଗିତାମୂଳକତାକୁ ସମର୍ଥନ କରିବା ସହିତ \’ମେକ୍ ଇନ୍ ଇଣ୍ଡିଆ\’ ଏବଂ \’ଆତ୍ମନିର୍ଭର ଭାରତ\’ର ଜାତୀୟ ମିଶନ ପ୍ରତିନାଲକୋର ପ୍ରତିବଦ୍ଧତାକୁ ଆହୁରିସୁଦୃଢକରିବ।