ଆଜି ଧନତେରାସ୍, ସୁନା କିଣିବାକୁ ଚାହୁଁଥିଲେ ଜାଣିରଖନ୍ତୁ ଆଜିର ଦାମ୍

ଭୁବନେଶ୍ୱର, ୦୬/୧୧ : ଆଜି ଧନତେରାସ୍ । ଦୀପାବଳି ପୂର୍ବରୁ ଧନତେରାସ୍ ପର୍ବ ପାଳନ କରାଯାଇଥାଏ । ଧନତେରାସରେ ସୁନା କିଣିବା ଶୁଭ ହୋଇଥାଏ । ଆଜି ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୬,୦୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୮୬୦ ଟଙ୍କା ଛୁଇଁଛି । ୧୮ କ୍ୟାରେଟ ସୁନା ଦାମ୍ ୧୦,୯୫୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧,୪୬,୦୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୮୬୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧,୪୬,୦୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୮୬୦ ଟଙ୍କା ଛୁଇଁଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୪୬,୧୮୦ ଟଙ୍କା ଓ ୨୨ କ୍ୟାରଟେ ୧,୩୪,୦୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୪୬,୦୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୩,୮୬୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୪୬,୦୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୩,୮୬୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୧୦,୯୧୦ ଟଙ୍କା ହୋଇଛି ।