ନୂଆଦିଲ୍ଲୀ, ୦୭/୧୧ : ଦେଶର ଦୁର୍ଗମ ସୀମାନ୍ତରେ ଶତ୍ରୁର ଆଖିରେ ଆଖି ମିଶାଇ ଦେଶମାତୃକାର ସୁରକ୍ଷା କରୁଥିବା ବୀର ଯବାନମାନଙ୍କ ଗହଣରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାଳନ କରିବେ ଆଲୋକର ପର୍ବ ଦୀପାବଳି। ଏ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶନିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ବାଗଡୋଗ୍ରା ବିମାନବନ୍ଦର ଏବଂ ସୁକନା ସେନା ଘାଟିରେ ପହଞ୍ଚି ନିୟୋଜିତ ସୈନିକମାନଙ୍କ ସହ ସୌହାର୍ଯ୍ୟପୂର୍ଣ୍ଣ ସାକ୍ଷାତ ଓ ଆଲୋଚନା କରିଛନ୍ତି।