ଭୁବନେଶ୍ୱର, ୧୬/୧୧ : ଚାଷୀଙ୍କ ପାଇଁ ବଡ଼ ଖବର । ବଲାଙ୍ଗୀର, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲା ପାଇଁ ସାମ୍ନାକୁ ଆସିଲା ମଣ୍ଡି ଖୋଲିବା ତାରିଖ । କଳାହାଣ୍ଡି ଜିଲ୍ଲାରେ ଡିସେମ୍ବର ପହିଲାରୁ ଖରିଫ ଧାନ କିଣା ଆରମ୍ଭ ହେବ । ସୁବର୍ଣ୍ଣପୁର ଜିଲ୍ଲାରେ ଡିସେମ୍ୱର ୧୧ ତାରିଖରୁ ଧାନ କିଣା ଆରମ୍ଭ ହେବ । ବଲାଙ୍ଗୀର ଜିଲ୍ଲାରେ ଡିସେମ୍ବର ୧୪ରୁ ଆରମ୍ଭ ହେବ ଧାନ କିଣା । ଏନେଇ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।