ଇସ୍ତଫା ଦେଇ ଦଳ ବଦଳାଇଲେ ମିଳିବନି ମୁକ୍ତି, ନେତାଙ୍କ ପାଇଁ ଲାଗିବ କଡ଼ା କଟକଣା

ନୂଆଦିଲ୍ଲୀ, ୨୪/୧୧ : ଏଣିକି କେବଳ ଇସ୍ତଫା ଦେଇ ଦଳବଦଳ ଆଇନରୁ ଖସି ପାରିବେ ନାହିଁ । ବିଧାୟକ ହୁଅନ୍ତୁ କି ସାଂସଦ, ଦଳ ଛାଡ଼ି ଅନ୍ୟ ଦଳରେ ମିଶିବା ପାଇଁ ଇସ୍ତଫାକୁ ଅସ୍ତ୍ର କରୁଥିବା ଜନପ୍ରତିନିଧିଙ୍କ ଉପରେ ଲାଗିପାରେ କଟକଣା । ଏନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଏକ ଜନସ୍ୱାର୍ଥ ମାମଲା (PIL)। ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ସମେତ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ।