ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ବୋଲି ମନେ କରାଯାଏ । ଏହି ଦୁଇ ଗ୍ରହଙ୍କ ଚଳନରେ ପରିବର୍ତ୍ତନକୁ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିଷୀୟ ଘଟଣା ଭାବେ ବିବେଚନା କରାଯାଏ । ଏହାର ପ୍ରଭାବ ବ୍ୟକ୍ତିଙ୍କ କ୍ୟାରିୟର, ଆର୍ଥିକ ସ୍ଥିତି, ପାରିବାରିକ ଜୀବନ ଏବଂ ସମ୍ପର୍କ ଉପରେ ପଡ଼ିପାରେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ରହିଛି । ୨୦୨୬ ମସିହାର ଶେଷ ମାସରେ ରାହୁ ଓ କେତୁ ପୁଣିଥରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ସମୟରେ ରାହୁ କୁମ୍ଭ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରିବେ। ସେହିପରି କେତୁ ସିଂହ ରାଶି ଛାଡ଼ି କର୍କଟ ରାଶିକୁ ଚଳନ କରିବେ । ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ଉଭୟ ଗ୍ରହ ଏହି ସ୍ଥିତିରେ ରହିବେ । ଜ୍ୟୋତିଷୀୟ ଗଣନା ଅନୁସାରେ, ଏହି ଗୋଚର କିଛି ରାଶି ପାଇଁ ଉନ୍ନତି ଓ ଆର୍ଥିକ ଲାଭର ନୂଆ ରାସ୍ତା ଖୋଲିପାରେ । ଅନ୍ୟ କିଛି ରାଶିର ବ୍ୟକ୍ତିଙ୍କୁ ନିଷ୍ପତ୍ତି ନେବା ସମୟରେ ସତର୍କ ରହିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା, କେବେ ହେବ ରାହୁ-କେତୁଙ୍କ ଗୋଚର ଏବଂ କେଉଁ ରାଶି ପାଇଁ ଏହା ଶୁଭ ରହିପାରେ ।
ମୀନ ନୋଡ୍ ବା ହାରାହାରି ଗଣନା ପଦ୍ଧତି ଅନୁସାରେ, ୨୦୨୬ ଡିସେମ୍ବର ୫ ତାରିଖ ଶନିବାର ରାତି ୧୦ଟା ୩୨ ମିନିଟ୍ରେ ରାହୁ ଓ କେତୁ ରାଶି ପରିବର୍ତ୍ତନ କରିବେ । ଏହି ସମୟରେ ରାହୁ ମକର ରାଶିରେ ଏବଂ କେତୁ କର୍କଟ ରାଶିରେ ରହିବେ । ତେବେ ଧ୍ୟାନ ଦେବା କଥା ହେଉଛି, କିଛି ପଞ୍ଜିକାରେ ରାହୁ-କେତୁଙ୍କ ଗୋଚର ତାରିଖ ନଭେମ୍ବର ୨୫ ବୋଲି ମଧ୍ୟ ଉଲ୍ଲେଖ ରହିଛି । ଟ୍ରୁ ନୋଡ୍ ବା ପ୍ରକୃତ ସ୍ଥିତି ଏବଂ ମୀନ ନୋଡ୍ ବା ହାରାହାରି ସ୍ଥିତିର ଭିନ୍ନ ଗଣନା ପଦ୍ଧତି ଯୋଗୁଁ ଏପରି ପାର୍ଥକ୍ୟ ଦେଖାଯାଏ । ଏଠାରେ ଡିସେମ୍ବର ୫ ତାରିଖକୁ ହାରାହାରି ଗଣନା ପଦ୍ଧତି ଆଧାରରେ ନିଆଯାଇଛି । ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ରାହୁ ଓ କେତୁଙ୍କ ଏହି ଗୋଚର କିଛି ରାଶି ପାଇଁ ଶୁଭ ଫଳ ଦେଇପାରେ । ବିଶେଷ କରି ଚନ୍ଦ୍ର ରାଶିଠାରୁ ତୃତୀୟ, ଷଷ୍ଠ ଓ ଏକାଦଶ ଭାବରେ ଏହି ଗ୍ରହଙ୍କ ସ୍ଥିତିକୁ ଶୁଭ ଫଳଦାୟକ ବୋଲି ମନେ କରାଯାଏ ।
ବୃଷ : ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଅନୁକୂଳ ରହିପାରେ । ଦୀର୍ଘଦିନ ଧରି ଅଟକି ରହିଥିବା କାମରେ ଗତି ଆସିବାର ସମ୍ଭାବନା ରହିଛି । ଚାକିରି ଓ କ୍ୟାରିୟର ସହ ଜଡ଼ିତ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରୁ ମଧ୍ୟ ଲାଭ ମିଳିବାର ସଙ୍କେତ ରହିଛି । ତେବେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରିବା ଜରୁରୀ ।
ସିଂହ : ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ରାହୁଙ୍କ ଷଷ୍ଠ ଭାବରେ ଗୋଚର ପ୍ରତିଯୋଗିତା ଓ ଚାକିରି ସମ୍ବନ୍ଧୀୟ କ୍ଷେତ୍ରରେ ସକାରାତ୍ମକ ଫଳ ଦେଇପାରେ । ବିରୋଧୀଙ୍କ ଉପରେ ଆପଣଙ୍କୁ ଅଗ୍ରଣୀ ରହିବାର ସୁଯୋଗ ମିଳିପାରେ । ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିପାରେ । ତେବେ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।
କନ୍ୟା : କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଆୟର ନୂଆ ରାସ୍ତା ଖୋଲିପାରେ। ଆୟ ବୃଦ୍ଧି କରିବାର ଅନେକ ସୁଯୋଗ ମିଳିବା ସହ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିପାରେ। ନିବେଶ ସମ୍ବନ୍ଧୀୟ ମାମଲାରେ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହେବ। ତରବରିଆ ଭାବେ କାହାକୁ ଟଙ୍କା ଉଧାର ଦେବାରୁ ଦୂରେଇ ରୁହନ୍ତୁ।
ବିଛା : ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ରାହୁଙ୍କ ତୃତୀୟ ଭାବରେ ଗୋଚର ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହୋଇପାରେ । ଏହି ସମୟରେ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରେ । ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିଙ୍କୁ ନୂଆ ସୁଯୋଗ ମିଳିପାରେ । ଚାକିରି କ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବ । ତେବେ କୌଣସି କାମରେ ତରବରିଆ ହୁଅନ୍ତୁ ନାହିଁ ।
କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କେତୁଙ୍କ ଷଷ୍ଠ ଭାବରେ ଗୋଚର ବିରୋଧୀ ଓ ପ୍ରତିଯୋଗିତା ସମ୍ବନ୍ଧୀୟ କ୍ଷେତ୍ରରେ ଆଶ୍ୱସ୍ତି ଦେଇପାରେ। କାର୍ଯ୍ୟକ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିବାର କ୍ଷମତା ବଢ଼ିପାରେ । ପୁରୁଣା ବିବାଦର ସମାଧାନ ପାଇଁ ସୁଯୋଗ ମିଳିପାରେ । ତେବେ ନିଜ ଖର୍ଚ୍ଚ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ମୀନ : ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ରାହୁଙ୍କ ଏକାଦଶ ଭାବରେ ଗୋଚର ଲାଭ ଏବଂ ମନୋକାମନା ପୂରଣ ସହ ଜଡ଼ିତ ବୋଲି ମନେ କରାଯାଏ । ଚାକିରିରେ ପଦୋନ୍ନତି, ଦରମା ବୃଦ୍ଧି କିମ୍ବା ନୂଆ ପ୍ରୋଜେକ୍ଟ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂଆ ଗ୍ରାହକ ଯୋଡ଼ି ହୋଇପାରନ୍ତି । ଦୀର୍ଘଦିନ ଧରି ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ପାଇବାର ଆଶା ରହିଛି ।