ରାଜ୍ୟରେ ବଢୁଛି ଶୀତ: ଭୁବନେଶ୍ବରରେ ୧୫ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର, ୨୮/୧୧ : ଆଜି ସକାଳୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସହ ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜଧାନୀ ସମେତ ସାରା ଓଡ଼ିଶାରେ ପାରଦ ତଳକୁ ଖସିଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ଯର ଅନ୍ୟ ଅଞ୍ଚଳରେ ତାପମାତ୍ରା ରେକର୍ଡ ହୋଇଛି। ୧୦.୮ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ଆଜିବି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି। ଅନ୍ୟ ସହର ମଧ୍ଯରେ ରାଉରକେଲା: ୧୨.୩ ଡିଗ୍ରୀ ସେଲସିୟସ, କେନ୍ଦୁଝର: ୧୩.୦ ଡିଗ୍ରୀ ସେଲସିୟସ,ସମ୍ବଲପୁର: ୧୩.୮ ଡିଗ୍ରୀ ସେଲସିୟସ, ବାଲେଶ୍ବର: ୧୫.୦ ଡିଗ୍ରୀ ସେଲସିୟସ, ହୀରାକୁଦ: ୧୫.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଏହା ସହିତ କେତେକ ଜିଲ୍ଲାରେ ଭୋର ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ।