ନନ୍ଦନକାନନରେ ଆଖି ବୁଜିଲା ୧୬ ବର୍ଷୀୟ ମହାବଳ ବାଘ ‘ସେଫ୍’

ଭୁବନେଶ୍ୱର, ୨୮/୧୧ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା । ଆଖି ବୁଜିଲା ମହାବଳ ବାଘ ‘ସେଫ୍’ । ୧୬ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଗଲା ଏହି ବାଘ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଗତ ଅକ୍ଟୋବର ମାସରୁ ଚାଲିଥିଲା ତାର ଚିକିତ୍ସା । ହେଲେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ମୃତ୍ୟୁ । ନନ୍ଦନକାନନରେ ବାଘ ବଂଶବୃଦ୍ଧିରେ ମଧ୍ୟ ରହିଥିଲା ସେଫ୍‌ର ଗୁରୁତ୍ୱପୂର୍ଣ୍ଣ ଅବଦାନ ।