ଭୁବନେଶ୍ୱର, ୨୯/୧୧ : ଶିକ୍ଷାବିତ୍, ସମାଜସେବୀ ତଥା କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ସାମନ୍ତଙ୍କୁ ପଞ୍ଜାବର ଫଗୁଆରାସ୍ଥିତ ଜିଏନ୍ଏ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ମିଳିଛି । ହଜାର ହଜାର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆଜି ଆୟୋଜିତ ସମାବର୍ତ୍ତନ ଉତ୍ସବ ୨୦୨୬ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ହେଉଛି ଡ. ସାମନ୍ତଙ୍କ ୭୮ତମ ସମ୍ମାନସୂଚକ ଡକ୍ଟରେଟ୍ । ବିଶ୍ୱବିଦ୍ୟାଳୟର କୁଳପତି ହେମନ୍ତ ଶର୍ମା କୁଳସଚିବ କୁନାଲ ବେନ୍ସୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ସିନେଟର ସଭାପତି ପ୍ରଫେସର ମିହାଇ ଓଲାରିଉ ଡ. ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରିଥିଲେ । ଡ. ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ମାନ ପାଇଁ ଡ. ସାମନ୍ତ ଜିଏନ୍ଏ ବିଶ୍ୱବିଦ୍ୟାଳୟ ପ୍ରତି କୃତଜ୍ଞତା ଜଣାଇଛନ୍ତି ।