ନବୀନଙ୍କୁ ନେଇ NDA-INDIA ମଧ୍ୟରେ ଟଣାଓଟରା, BJDର ସମର୍ଥନ ଉପରେ ନଜର

ଭୁବନେଶ୍ୱର, ୨୯/୧୧ : ଡିଲିମିଟେସନ୍‌ ବିଲ୍‌କୁ ନେଇ ଜାତୀୟ ରାଜନୀତିରେ ଅଙ୍କକଷା ଜୋର୍‌ ଧରିଥିବା ବେଳେ ଏହାର ପ୍ରଭାବ ଏବେ ଓଡ଼ିଶା ରାଜନୀତିରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି । ବିଲ୍‌କୁ ନେଇ ସମର୍ଥନ ଯୋଗାଡ଼ କରିବା ପାଇଁ ଶାସକ ଏନ୍‌ଡିଏ ଓ ବିରୋଧୀ ଇଣ୍ଡିଆ ମେଣ୍ଟର ନଜର ଏବେ ବିଜେଡି ଉପରେ । ଆଉ ବିଜେଡିର ଆଭିମୁଖ୍ୟ ନିର୍ଦ୍ଧାରଣ କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।