କୋଭିଡ-୧୯: ବିଶ୍ୱରେ ୨ ଲକ୍ଷ ୫୨ ହଜାର ମୃତ୍ୟୁ, ୩୬ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ

ନୂଆଦିଲ୍ଲୀ,୫/୫: କରୋନା ଭାଇରସ କନ୍ଦାଉଛି । ସମଗ୍ର ବିଶ୍ୱରେ ମଙ୍ଗଳବାର (୨୦୨୦, ମେ ୫) ସକାଳ ୭ଟା ପର୍ଯ୍ୟନ୍ତ ୨ ଲକ୍ଷ ୫୨ ହଜାର ୨୪୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୬ ଲକ୍ଷ ୪୩ ହଜାର ୨୩୭ ଜଣ ଆକ୍ରାନ୍ତ ଅଛନ୍ତି । ମୋଟ ୧୧ ଲକ୍ଷ ୯୪ ହଜାର ୭୩୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୧ ଲକ୍ଷ ୯୬ ହଜାର ୬୩୯ ଜଣ । ଏବେ ୪୯ ହଜାର ୬୩୯ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ବିଗତ ୨୪ ଘଣ୍ଟାରେ ସାମାନ୍ୟ ସ୍ଥିତି ସୁଧୁରିଛି । ଗୋଟିଏ ମାସ ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ୧୦୧୫ ଜଣଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଛି । କିନ୍ତୁ ୟୁଏସଏରେ ଏପର୍ଯ୍ୟନ୍ତ ୧୨ ଲକ୍ଷ ୧୨ ହଜାର ୮୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୬୯ ହଜାର ୨୯୦ ଜଣଙ୍କ ଜୀବନ ଯାଇସାରିଛି । ୧ ଲକ୍ଷ ୮୮ ହଜାର ୨୭ ଜଣ ସୁସ୍ଥ ହୋଇଥିବା ବଙ୍କଳ ୯ ଲକ୍ଷ ୫୪ ହଜାର ୮୫୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ୧୬ ହଜାର ୫୦ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି : ସ୍ପେନ: ୨ ଲକ୍ଷ ୪୮ ହଜାର ୩୦୧ ସଂକ୍ରମିତ, ୨୫ ହଜାର ୪୨୮ ମୃତ,
ଇଟାଲୀ: ୨ ଲକ୍ଷ ୧୧ ହଜାର ୯୩୮ ସଂକ୍ରମିତ, ୨୯ ହଜାର ୭୯ ମୃତ,ବ୍ରିଟେନ: ୧ ଲକ୍ଷ ୯୦ ହଜାର ୫୮୪ ସଂକ୍ରମିତ, ୨୮ ହଜାର ୭୩୪ ଜଣ ମୃତ, ଫ୍ରାନ୍ସ: ୧ ଲକ୍ଷ ୬୯ ହଜାର ୪୬୨ ସଂକ୍ରମିତ, ୨୫ ହଜାର ୨୦୧ ଜଣ ମୃତ, ଜର୍ମାନୀ: ୧ ଲକ୍ଷ ୬୬ ହଜାର ୧୫୨ ଜଣ ସଂକ୍ରମିତ, ୬ ହଜାର ୯୯୩ ମୃତ, ଋଷିଆ: ୧ ଲକ୍ଷ ୪୫ ହଜାର ୨୬୮ ସଂକ୍ରମିତ, ୧ ହଜାର ୩୫୬ ଜଣ ମୃତ, ତୁର୍କୀ: ୧ ଲକ୍ଷ ୨୭ ହଜାର ୬୫୯ ସଂକ୍ରମିତ, ୩ ହଜାର ୪୬୧ ଜଣ ମୃତ, ବ୍ରାଜିଲ: ୧ ଲକ୍ଷ ୮ ହଜାର ୨୬୬ ସଂକ୍ରମିତ, ୭ ହଜାର ୩୪୩ ମୃତ ।