ନୂଆଦିଲ୍ଲୀ,୯/୫: ଦେଶରେ କରୋନା ଭାଇରସ ଭୂତାଣୁରେ ମୃତକଙ୍କ ସଂଖ୍ୟା ଶନିବାର ୧୯୮୧ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସରେ ଦେଶର ୫୯ ହଜାର ୬୬୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୯ ହଜାର ୮୩୪ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧୭ ହଜାର ୮୬୬ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୩୨୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୫ ଜଣ ଆକ୍ରାନ୍ତ ଜୀବନ ହାରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୧୯ ହଜାର ୬୩ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ୭୩୧ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୪୪୯, ମଧ୍ୟପ୍ରଦେଶରେ ୨୦୦, ଓ ପଶ୍ଚିମବଙ୍ଗରେ ୧୬୦ ଜଣ ଲୋକ ଜୀବନ ହରାଇଛନ୍ତି ।
