୭ ଦିନ ମଧ୍ୟରେ ଭାରତୀୟ ସେନା ଗୁଳିରେ ୧୫ ଟପ ଆତଙ୍କବାଦୀ ନିପାତ

ଜମ୍ମୁକାଶ୍ମୀର,୮/୬: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ମାନଙ୍କୁ ନିପାତ କରିବା ସଂକଳ୍ପବଦ୍ଧ ହୋଇଛି ଭାରତୀୟ ସେନା । ଭାରତୀୟ ସୁରକ୍ଷା ବାହିନୀ ପକ୍ଷରୁ କାଶ୍ନୀର ଉପତ୍ୟକାରେ ଆତଙ୍କରାଜ ଚଳାଉଥିବା ଆତଙ୍କବାଦୀଙ୍କୁ ସଫା କରିବା କାମ ବର୍ତ୍ତମାନ ଖୁବ ଦୃତ ଗତିରେ ଆଗେଇ ଚାଲିଛି । ଗତ ଏକ ସପ୍ତାହ ମଧ୍ୟରେ ୧୫ ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ ଗୁଳିରେ ନିହତ ହେବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ନିହତ ହୋଇଥିବା ଅଧିକାଂଶ ଆତଙ୍କବାଦୀ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ଥିଲେ ବୋଲି ଜଣାପଡିଛି ।